Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଢେ ୨ଟା ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର; ଭୁବନେଶ୍ୱର ୪୩.୮ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଏଭଳି ଗରମ ଅନୁଭୂତ ହେବ। ଏ ନେଇ ରାଜ୍ୟର ଅନେକ ସ୍ଥାନ ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆଜି ଅପରାହ୍ନ ୨.୩୦ ସୁଦ୍ଧା, ସମ୍ବଲପୁର ୪୫.୩ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ହିରାକୁଦରେ ୪୪.୪ ଡିଗ୍ରୀ , ଭୁବନେଶ୍ୱର ୪୩.୮ ଡିଗ୍ରୀ , ଝାରରସୁଗୁଡା ୪୧.୪ ଡିଗ୍ରୀ ଏବଂ କେନ୍ଦୁଝର ୪୦ ଡିଗ୍ରୀ ରହିଛି ଦିନ ତାପମାତ୍ରା। ରାଜଧାନୀରେ ଏହି ସମୟରେ ଆର୍ଦ୍ରତା ୪୦ ପ୍ରତିଶତ ରେକର୍ଡ ହୋଇଛି।

“ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଅଧିକ ହୋଇପାରେ। ଏ ନେଇ ଲୋକଙ୍କୁ ସକାଳ ୧୧ ଟାରୁ ଦି ୩ ଟା ମଧ୍ୟରେ ବାହାରକୁ ଯିବାବେଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ମଙ୍ଗଳବାର ସକାଳ ୮.୩୦ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ବରଗଡ, ନୟାଗଡ଼, କଟକ, ଖୋର୍ଦ୍ଧା, ସୋନପୁର, ବୈଦ୍ଧ ଏବଂ ବଲାଙ୍ଗୀରର ପାଇଁ ସତର୍କ ସୂଚନା ଜାରି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ