Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଡ଼ିଶା ଡଟ୍ ନିଉଜର ପ୍ରଭାବ; ଆରମ୍ଭ ହେଲା ଜମନକିରା ମୁଖ୍ୟ ବଜାର ପୁରୁଣା ରାସ୍ତାର କାମ

ଜମନକିରା : ଜମନକିରା ଚିନିମହୂଳ ଠାରୁ ଥାନା ପର୍ଯ୍ୟନ୍ତ ଥିବା ପୁରୁଣା ରାଜରାସ୍ତାକୁ ନୂତନ ଭାବେ ନିର୍ମାଣ କରାନଗଲେ ରାସ୍ତାରୋକ କରାଯିବ ବୋଲି ଗ୍ରାମବାସୀ ମାନେ ଦାବି କରିଥିବା ନେଇ ଓଡ଼ିଶା ଡଟ୍ ନିଉଜରେ ଖବର ପ୍ରସାରଣ ପରେ ବିଭାଗର ତତ୍ପରତା ପ୍ରକାଶ ପାଇଛି। ଗତକାଲି ଠାରୁ ନୂତନ ରାସ୍ତାର କାମ ଆରମ୍ଭ ହୋଇଛି। ୧୫ ଦିନ ମଧ୍ୟରେ କାମ ଶେଷ ହୋଇଯିବ ବୋଲି ଠିକାଦାର ସଂସ୍ଥା ପକ୍ଷରୁ କୁହାଯାଇଛି।
ସୂଚନା ଯୋଗ୍ୟ ଯେ, ଜମନକିରା ଦେଇ କିଛି ମାସ ହେବ ନୂତନ ଭାବେ ନିର୍ମାଣ ହୋଇଥିବା ବାଇପାସ ରାସ୍ତାରେ ଗାଡ଼ି ଯାତାୟାତ କରୁଛି। କିନ୍ତୁ ପୂର୍ବରୁ ଗାଁ ଦେଇ ଯାଇଥିବା ଜାତୀୟ ରାଜପଥ କୁ ଏନଏଚଏଆଇ ବିଭାଗ ଅବହେଳା କରି ଆସୁଥିଲା। ଏସମସ୍ୟା ନେଇ ଅନେକ ଥର ଆନ୍ଦୋଳନ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଟାଳଟୁଲ ନୀତି ଅବଲମ୍ବନ କରୁଥିଲେ। ଯାହାକି ପ୍ରତ୍ୟହ ଯିବା ଆସିବା କରୁଥିବା ଜନସାଧାରଣଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରୁଥିଲା। ରାସ୍ତା ନିର୍ମାଣ ନହେଲେ ଆସନ୍ତା ୧୫ ଦିନ ମଧ୍ୟରେ ରାସ୍ତାରୋକ କରାଯିବ ବୋଲି ଦାବି କରାଯାଇଥିଲା। ଏନେଇ ଓଡ଼ିଶା ଡ଼ଟ୍ ନିଉଜରେ ଖବର ପ୍ରସାରଣ ପରେ ବିଭାଗ ପକ୍ଷରୁ ଠିକା ସଂସ୍ଥା ଜରିଆରେ କାମ ଗତକାଲି ଠାରୁ ଆରମ୍ଭ ହୋଇଛି। ଲୋକେ କାମ ଆରମ୍ଭ ହେବାରୁ ଖୁସି ପ୍ରକଟ କରିଛନ୍ତି।