Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବିଦାସ ସମାଜ ପାଇଁ ସଭାଗୃହ ର ଭୂମିପୂଜା

କୁଚିଣ୍ଡା ରବିଦାସ୍ ସମାଜ ର ସଭାଗୃହ ପାଇଁ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଙ୍କ ଭୂମିପୂଜନ ଓ ପାଞ୍ଚଲକ୍ଷ ଟଙ୍କା ବିଧାୟକ ପାଣ୍ଠିରୁ ପ୍ରଦାନ l ଏହି ଅବସରରେ ପୂର୍ବତନ ବିଧାୟକ ବୃନ୍ଦାବନ ମlଝି, ଅମୂଲ୍ୟ ମିଶ୍ର, ଓଡିଶା ରବିଦାସ ସମାଜ ରାଜ୍ୟ କମିଟି ଉପସଭାପତି ଟଙ୍କଧର ରୋହିଦାସ, ରବିଦାସ ସମାଜ ସମ୍ବଲପୁର ଜିଲ୍ଲା କମିଟି ସାଧାରଣ ସମ୍ପାଦକ ଯୁଧିଷ୍ଠିର ରୋହିଦାସ, ରବିଦାସ ସମାଜ କୁଚିଣ୍ଡା ବ୍ଲକ କମିଟି ସଭାପତି ବିର୍ବଲ ରୋହିଦାସ ଏବଂ ଅନେକ କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ l କୌଣସି ଜାତି ଓ ସମାଜ ଛୋଟ ନୁହେଁ , ଏହି ସମାଜ ଅନ୍ୟ ସମାଜ ସହିତ ସମାନ ହେଇ ବଞ୍ଚିବାର ଅଧିକାର ଅଛି ଓ ଆଗାମୀ ପୀଢ଼ି ଙ୍କୁ ଶିକ୍ଷିତ କରିବାକୁ ଶପଥ ଗ୍ରହଣ କରାଯାଇଛି l ଏହି ଅବସରରେ ରବିଦାସ ସମାଜ ର ମେଟ୍ରିକ୍ ପରୀକ୍ଷା ରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀ ଙ୍କୁ ବିଧାୟକ ମାନପତ୍ର ଦେଇ ସମ୍ମାନିତ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ