Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଡୁଆରେ ଫସିଲେ ସୌରିନ ଭଟ୍ଟ; ଧାରା ୧୬୪ରେ ଯୁବତୀଙ୍କ ବୟାନ ରେକର୍ଡ

ଭୁବନେଶ୍ବର: ବଢିଲା ବଲିଉଡ୍ ଗାୟକ ସୌରିନ ଭଟ୍ଟଙ୍କ ଅଡ଼ୁଆ । ଗାୟକ ସୌରିନ ଭଟ୍ଟଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି। ମାଜିଷ୍ଟ୍ରେଟଙ୍କ ନିକଟରେ ଯୁବତୀଙ୍କ ଧାରା ୧୬୪ରେ ବୟାନ ରେକର୍ଡ କରାଯାଇଛି । ଯୁବତୀ ଜଣକ ମହିଳା ଥାନାରେ ସୌରିନଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ପ୍ରଥମେ ସେ ଜଗତପୁର ପୋଲିସକୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଯୁବତୀ ଜଣକ ଜଣେ ଓଲିଉଡ କଣ୍ଠଶିଳ୍ପୀ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ସୌରିନ ତାଙ୍କୁ ଉଭୟ ଶାରୀରିକ ତଥା ମାନସିକ ନିର୍ଯାତନା ଦେବା ସହ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହାସହ ସୌରିନ ତାଙ୍କୁ ଗାୟିକା କରାଇ ଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଭଟ୍ଟ ମଧ୍ୟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗକାରୀ ଗଣମାଧ୍ୟମକୁ କୌଣସି ବିବରଣୀ ପ୍ରକାଶ କରିବାକୁ ମନା କରି ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ