ପାଚିକା ଏବଂ ସହାୟିକାଙ୍କୁ ଶାଢ଼ୀ ପାଇଁ ୫୦୦ ଟଙ୍କା ଭତ୍ତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର: ରାଜ୍ୟର ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ଥିବା ପାଚିକା ଓ ସହାୟିକାମାନଙ୍କ ପାଇଁ ୧୧୭ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି । ଶାଢ଼ୀ ପାଇଁ ମିଳିବ ୫୦୦ ଟଙ୍କା ଭତ୍ତା। ସ୍କୁଲ ଗୁଡ଼ିକରେ ନିୟୋଜିତ ହୋଇଥିବା ପାଚିକା ଏବଂ ସହାୟିକାଙ୍କୁ ଏହି ଭତ୍ତା ପ୍ରଦାନ କରାଯାଇଛି। ରାଜ୍ୟର ଏକ ଲକ୍ଷ ୯ ହଜାର ପାଚିକାଙ୍କ ବ୍ୟାଙ୍କ ଖାତାକୁ ୫.୪୫ କୋଟି ପ୍ରଦାନ କରାଯାଇଛି । ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି।

ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ତଥା ପୃଷ୍ଟି ନିରାପତା ପାଇଁ ମଧ୍ୟାହ୍ନ ଭୋଜନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତୀ । ପାଚିକା ଓ ସହାୟିକାମାନେ ମା’ ଭଳି ଏହି ପିଲାମାନଙ୍କ ଖାଇବା ଦାୟିତ୍ୱ ନେଇଛନ୍ତି । ୫୦ ହଜାରରୁ ଅଧିକ ସ୍କୁଲରେ ୪୫ ଲକ୍ଷରୁ ଅଧିକ ପିଲା ପଢୁଛନ୍ତି। ଆପଣମାନେ ମା’ ପରି ଏ ସବୁ ପିଲାମାନଙ୍କର ଖାଇବା ଦାୟିତ୍ୱ ନେଇଛନ୍ତି। ତେଣୁ ସାରା ସମାଜ ଆପଣମାନଙ୍କ ନିକଟରେ ଋଣୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।