ଅତି ଭୀଷଣ ବାତ୍ୟାର ରୂପ ନେଇ କାଲି ଲ୍ୟାଣ୍ଡଫଲ କରିବ ବାତ୍ୟା ବିପର୍ଯ୍ୟୟ!


ନୂଆଦିଲ୍ଲୀ: ତାଣ୍ତବ ରଚିବ ବାତ୍ୟା ବିପର୍ଯ୍ୟୟ। ୧୫ ଜୁନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ବିପର୍ଯ୍ୟୟ । ଏହା ମାଣ୍ଡଭି ଓ କରାଚୀ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ ଜଖଉ ବନ୍ଦର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ପବନର ବେଗ ୧୨୫ରୁ ୧୩୫ କିଲୋମିଟରରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ସେହିଭଳି ବେଳେ ବେଳେ ପବନର ସର୍ବାଧିକ ବେଗ ୧୫୦ କିଲୋମିଟର ମିଟର ମଧ୍ୟ ଛୁଇଁପାରେ।

ଏହି ସମୟରେ ସମୁଦ୍ର କୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଖାସକରି କଚ୍ଛ, ପୋରବନ୍ଦର, ରାଜକୋଟ, ମୋରବୀ ଓ ଜୁନାଗଡ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା କହିଛି ଆଇଏମଡି। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ।