Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାରପାଲି ଗାଁ ରାସ୍ତା କଡରେ ମୁକୁଳା ଟ୍ରାନ୍ସଫର୍ମର, ଅବିଳମ୍ବେ ବାଡ଼ ଦେବାକୁ ଦାବି

ଚିପିଲିମା: ଚିପିଲିମା ଚାରପାଲି ଗ୍ରାମ ମୁଖ୍ୟ ରାସ୍ତା କଡରେ ମୁକୁଳା ହୋଇ ଦୟନୀୟ ଅବସ୍ଥାରେ ପଡିରହିଛି ଟିପିଡବ୍ଲୁଓଡ଼ିଏଲର ସବଷ୍ଟେସନ । ଏହି ଟ୍ରାନ୍ସଫର୍ମର ଜୀବନ୍ତମୂକୁଳା ଅବସ୍ଥାରେ ରାସ୍ତା କଡରେ ପଡିଛି।ଏହି ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ଯାନବାହନ, ଲୋକ ଯାତାୟତ କରୁଥିବାବେଳେ, ସମସ୍ତଙ୍କ ପାଇଁ ବଡ଼ ବିପଦ ରହିଛି।ଭଗବାନ ନ କରନ୍ତୁ, ଟ୍ରାନ୍ସଫର୍ମର ପାଖରେ କେତେବେଳେ କିଛି ଦୁର୍ଘଟଣା ହୁଏ ମୁକୁଳା ଟ୍ରାନ୍ସଫର୍ମର ସହ ଯୋଡ଼ାୟାଇଥିବା ତାରରେ ପିଟିହୋଇ ଅନେକ ଜୀବନ ଚାଲିଯିବାର ଆଶଙ୍କାକୁ ଏଡାଇ ଦିଆଯାଇ ପାରିବନାହିଁ।ଏଣୁ ଦୁର୍ଘଟଣା ଆଶା ଆଶଙ୍କାକୁ ଦୃଷ୍ଟିରେ ରଖି ଏଠାରେ ବାଡ଼ ଦେବାକୁ ବୁଦ୍ଧିଯିବି ମହଲରେ ଦାବିହେଉଛି।ପ୍ରକାଶ ଥାଉକି ଏହି ସବଷ୍ଟେସନ ପାଖରେ ଅନେକ ବାସଗୃହ ଥିବାବେଳେ ଛୋଟ ଛୋଟ ଛୁଆମାନେ ଖେଳୁଛନ୍ତି ଏଣୁ ସାମ୍ଭାବ୍ୟ ଦୁର୍ଘଟଣାକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ଦାବିହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories