ବାର୍‌ହା ଆକ୍ରମଣରେ ଜଣେ ଗୁରୁତର


ସୁବର୍ଣ୍ଣପୁର- ବାର୍‌ହା ଆକ୍ରମଣରେ ଜଣେ ଗୁରୁତର । ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ଅଡାକସା ଗାଁର ଘୁଟୁ ମହାକୁର (୪୫) ଗାଇ ଖୋଜିବା ପାଇ ଜଙ୍ଗଲକୁ ଯାଇଥିଲେ । ହେଲେ ଏଇ ସମୟରେ ଜଙ୍ଗଲ ଭିତରୁ ଏକ ଜଙ୍ଗଲୀ ବାର୍‌ହା ଆସି ହଠାତ ହାତ,ଗୋଡ଼ ଓ ଜଙ୍ଘକୁ ଆକ୍ରମଣ କରିଥିଲା ।ଫଳରେ ଘୁଟୁକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ।