Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପାନ୍ଥନିବାସରେ ରଜ ମଉଜ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ରଜର ସେତେଟା ପ୍ରଭାବ ନଥିଲେ ମଧ୍ୟ ରଜ ମଉଜର ମଜା ଉଠାଉଛନ୍ତି ଅନେକ ପରିବାର। ସହର ମଧ୍ୟଭାଗରେ ଥିବା ପାନ୍ଥନିବାସରେ ଏଥିପାଇଁ ବଢୁଛି ଭିଡ। ପ୍ରତି ବର୍ଷ ରଜ ପାଇଁ ସମ୍ବଲପୁର ପାନ୍ଥନିବାସ ପକ୍ଷରୁ ଆୟୋଜନ କରାଯାଇଥାଏ ।ଚଳିତ ବର୍ଷ ମଧ୍ୟ ଏଥିପାଇଁ ଭଳିକି ଭଳି ଆୟୋଜନ କରାଯାଇଛି । ୩ଟି ରଜ ଦୋଲି ସହିତ ମଣ୍ଡା,କାକରା,ଆରିସା,ପୋଡପିଠା ଭଳି ନାନା ବ୍ୟଞ୍ଜନରେ ସଜେଇ ହୋଇଛି ପାନ୍ଥନିବାସ। ରଜ ପାନବି ମନ ମୋହୁଛି ଦର୍ଶକ ଓ ଆଗନ୍ତୁକଙ୍କ । ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ଲୋକେ ଏହାର ମଜା ଉଠାଉଥିବା ବେଳେ ଏଥିପାଇଁ ପ୍ରତିବନ୍ଦକ ସାଜିଛି ବିଜୁଳିର ଲୁଚକାଳି ଖେଳ । ପ୍ରଶାସନ ଯଦି ବିଦ୍ୟୁତ ବିରଣକାରୀ ସଂସ୍ଥା ଟିପିଡବ୍ଲୁଓଡିଏଲକୁ ଟିକେ ତାଗିଦ୍ କରି ଅନବରତ ବୁଦ୍ୟୁତ ସେବାକୁ ବଳବତ୍ତର ରଖିବାକୁ କହନ୍ତା ତେବେ ଏହି ରଜମଉଜ ପ୍ରତି ଲୋକଙ୍କ ସମାଗମ ବଢିବା ସହିତ ପାନ୍ଥନିବାସର ରାଜସ୍ୱ ବୃଦ୍ଧିରେ ସହାୟକ ହୋଇପାରନ୍ତା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ