ବନ୍ୟପ୍ରାଣୀ ଶୀକାରପାଇଁ ତାର ବିଛାଇବା ଅଭିଯୋଗରେ ୩ ଗିରଫ

ସମ୍ବଲପୁର (ଧମା): ଉଦ୍ଦେଶ୍ୟ ମୂଳକ ଭାବେ ବେଆଇନ ବିଦ୍ୟୁତ ତାର ସଂଯୋଗକରି ବନ୍ୟପ୍ରାଣୀ ଶିକାର ପାଇଁ ଜାଳ ବିଛାଇଥିବା ଅଭିଯୋଗରେ ଧମା ବନ ବିଭାଗ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି। ସିଲେଟପାନି ଗ୍ରାମରେ ବିଦ୍ୟୁତ୍ ଖୁମ୍ବରୁ ତାର ଟାଣି ବନ୍ୟ ପ୍ରାଣୀ ଶୀକାର ପାଇଁ ଟଣା ଯାଇଥିବା ତାରକୁ ଗତ ରାତି ମଧ୍ୟରାତ୍ରରେ ବନ ବିଭାଗର ମିଳିତ ଟିମର ପେଟ୍ରୋଲିଙ୍ଗ ସମୟରେ ଏହା ଧରାପଡିବା ସହିତ ବିଦ୍ୟୁତ ତାରକୁ ଜବତ କରି ଏହି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିବା ସମ୍ବଲପୁର ଡିଏଫଓ ସୂଚନା ଦେଇଛନ୍ତି। ଗିରଫ ୩ ଜଣ ହେଲେ ଧମା ଥାନା ଅନ୍ତର୍ଗତ ବିଜୟ ବାଗ- ଆମ୍ବକୁନି,ଜଶମନ୍ ଲାକ୍ରା- ଡକରା ଓ ରାକେଶ କୁଜୁର- ଆମକୁନି । ଏମାନଙ୍କ ନାମରେ ବନ୍ୟପ୍ରାଣୀ ଓ ବେଆଇନ ବିଦ୍ୟୁତ ତାର ବ୍ୟବହାର ନେଇ ଧମା ଫରେଷ୍ଟ୍ ରେଞ୍ଜରେ ଏକ ମକଦ୍ଦମା ଋଜୁ କରାଯାଇ ବିଦ୍ୟୁତ ବିଭାଗକୁ ମଧ୍ୟ ଏହି ୩ ଜଣଙ୍କ ବିରୋଧରେ ମକଦ୍ଦମା କରିବାକୁ ବନ ବିଭାଗ ସୁପାରିଶ କରିଛି ।