Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୯ରୁ ଆନ୍ତଃ ଜିଲ୍ଲା ମହିଳା ଟି୨୦ କ୍ରିକେଟ ଲିଗ୍: ପ୍ରଥମ ମ୍ୟାଚ ଖେଳିବ ଢେଙ୍କାନାଲ ବିପକ୍ଷରେ ସମ୍ବଲପୁର

ସମ୍ବଲପୁର :ଆସନ୍ତା ୧୯ ତାରିଖରୁ କଟକ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତଃ ଜିଲ୍ଲା ମହିଳା ଟି ୨୦ କ୍ରିକେଟ ଲିଗ୍।ଓଡିଶା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ଯରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାଗ ନେବାକୁ ସମ୍ବଲପୁର ମହିଳା ଦଳର ୨୦ ଜଣିଆ ଦଳ ଆସନ୍ତା କାଲି ସକାଳ ୬ ଟାରେ ସମ୍ବଲପୁର ରେଲ୍ ଷ୍ଟେସନରୁ ବାହାରି କଟକ ଅଭିମୁଖେ ଯାତ୍ରା କରିବ। ଏହି ଦଳରେ ଶ୍ରେୟା ଚକ୍ର ଅଧିନାୟିକା ଓ ସ୍ନେହା ଚକ୍ରବର୍ତ୍ତୀ ଉପ ଅଧିନାୟିକା ଥିବା ବେଳେ ଅବନ୍ତିକା ଖଟୁଆ,ରଶ୍ମି ନାୟକ,ନିର୍ମଳା କେରକେଟା,ସ୍ୱାତୀକା ବେହେରା,ମନିଷା ବେହେରା,ଅନନ୍ୟା ବାଗ୍,ପ୍ରୀତି ସିଂ,ରିଙ୍କି କୁମାରୀ,ପ୍ରିୟା ସିଂ,ରିୟା ସିଂ,ପୁଷ୍ପାଞ୍ଜଳି ବିଶ୍ୱାଲ,ନନ୍ଦିନୀ ମୁଣ୍ଡା,ସୀମା ମୁଣ୍ଡା,ଅଦିତି ଶର୍ମା,ପ୍ରିୟା ଶର୍ମା ଓ ପ୍ରିୟଙ୍କା କେରକେଟା ସାମିଲ ଥିବା ବେଳେ ସୌମ୍ୟ ଦର୍ଶନ ମହାନ୍ତି କୋଚ ଓ ରୋନକ୍ ରାଜ୍ ବାଗ୍ ମ୍ୟାନେଜର ଭାବେ ରହିଛନ୍ତି। ୧୯ ତାରିଖ ଆରମ୍ଭ ହେବାକୁ ଥିବା ପ୍ରଥମ ମ୍ୟାଚ ସମ୍ବଲପୁର ଦଳ ଢେଙ୍କାନାଲ ବିପକ୍ଷରେ ଖେଳିବ। ସମ୍ବଲପୁର ଦଳକୁ ସମ୍ବଲପୁର ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ,ସାଧାରଣ ସଂପାଦକ ସୁନିଲ କୁମାର ସାହୁ ଓ କ୍ରିକେଟ୍ ସଂପାଦକ ଅବିନାଶ ନନ୍ଦଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜଣାଇ ଦଳର ସଫଳତା କାମନା କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ