Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିନା ସୂଚନା ଫଳକରେ ଚାଲିଛି ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରେ ୫ଲକ୍ଷ ଟଙ୍କାର ବନ୍ଧ ପୁନରୁଦ୍ଧାର କାମ ଦୁର୍ନୀତିର ଗନ୍ଧ ବାରିହେଉଥିବା ଅଭିଯୋଗ

ଚିପିଲିମା : ସରକାରୀ ଅନୁଦାନ ରେ ଯେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଗଲେ କାମ ଆରମ୍ଭ ହେବା ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ଏକ ସୂଚନା ଫଳକ ଲଗାଯିବାର ନିୟମ ରହିଛି।ଯେଉଁଥିରେ କି ସାଧାରଣ ଲୋକେ କାମ ବାବଦରେ ଜାଣିପାରିବେ।ହେଲେ ଜନପ୍ରତିନିଧି, ବଡ଼ବଡ଼ ସରକାରୀ ବାବୁ, ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ଠିକାଦାର ପ୍ରୀତି ଯୋଗୁଁ ସବୁ ନୀତିନୀୟମ କୁ ଫୁକରି ଖୁଲମଖୁଲ୍ଲା ଉଲ୍ଲଙ୍ଘନ କରାଯାଉଛି।ଫଳରେ ଠିକାଦାର, ଅଧିକାରୀ, ଯନ୍ତ୍ରୀ ପ୍ରମୁଖ ବେଶ ଲାଭନ୍ବିତ ହେଉଛନ୍ତି।ହେଲେ ସରକାରୀ ଅର୍ଥରେ ହେଉଥିବା ଉନ୍ନୟନ କାମ କାହା ସ୍ୱାର୍ଥରେ ହେଉଛି ବୋଲି ବୁଦ୍ଧିଯିବି ମହଲରେ ମତ ପ୍ରକାଶ ପାଉଛି।ଏପରିକି ଜନସାଧାରଣ ଙ୍କ ସ୍ୱାର୍ଥ କମ ଠିକାଦାର, ଅଧିକାରୀଙ୍କ ସ୍ୱାର୍ଥ ବେଶି ରହୁଥିବା ଦେଖିବାକୁ ମିଳୁଛି।ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଧନକଉଡା ବ୍ଲକ କାର୍ଡୋଳା ପଂଚାୟତର ଚାରପାଲି ସ୍ଥିତ ଏକ ବନ୍ଧ ପୁନରୁଦ୍ଧାର କାମରେ।ମିଳିଥିବା ସୂଚନା ମୁତାବକ ରେଙ୍ଗାଲି ବିଧାୟକ ନାଉରି ନାଏକଙ୍କ ଅନୁମୋଦନ କ୍ରମେ ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲୁଓଡିସି) ଅନୁଦାନ ରେ ବିନା ସୂଚନା ରେ ଏକ ବନ୍ଧ ର ପୁନରୁଦ୍ଧାର କାମ ଚାଲିଛି।ଜନସାଧାରଣ ଙ୍କୁ ଜଣାନାହିଁ ଯେ କାମଟି କେଉଁ ଅନୁଦାନରୁ ହେଉଛି, କେତେ ବ୍ୟୟ ଅଟକଳରେ ହେଉଛି, କିଏ କରୁଛି।ଏଠାରେ ଜେସିପି ଲଗାଇ ପଙ୍କ ଉଦ୍ଧାର କାର୍ଯ୍ୟ ପ୍ରାୟ ଦୁଇଦିନ ହୋଇଛି।ଏବେ କାମ ବନ୍ଦ ଥିବା ଦେଖିବାକୁ ମିଳିଛି।ଏହି କାମରେ ଲକ୍ଷ୍ୟଧିକ ଟଙ୍କାର ଦୁର୍ନୀତିର ଗନ୍ଧ ବାରିହେଉଥିବା ସଚେତନ ମହଲରେ ଅଭିଯୋଗ ହେଉଛି।ଏପରି ଏକ ଘଟଣା ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ବଢ଼େଇଙ୍କୁ ଯୋଗାଯୋଗ ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ହେଁ ସେ ମୋବାଇଲ ଉଠାଇନଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories