Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭାରେ ରାତ୍ରି କାଳୀନ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଏନଏସ ସ୍ପୋର୍ଟିଂ ଚମ୍ପିୟାନ

ମା ସ୍ପୋର୍ଟିଂ ଏଫସି ଆନୁକୂଲ୍ୟରେ ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ରାତ୍ରି କାଳୀନ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବଲାଙ୍ଗୀରର ଏନଏସ ସ୍ପୋର୍ଟିଂ ୨-୧ ଗୋଲରେ ସମଲେଶ୍ୱରୀ ବଲାଙ୍ଗୀରକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି।ଗତ୧୩ ତାରିଖରୁ ଚାଲିଥିବା ଏହି ରାତ୍ରି କାଳୀନ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଫୁଟବଲ କ୍ଲବ ଯୋଗ ଦେଇଥିଲେ।ପୁରସ୍କାର ବିତରଣୀ ଉତ୍ସବରେ ମା ସ୍ପୋର୍ଟିଂର ସଭାପତି ୱାଜ ମହମ୍ମଦଙ୍କ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୁଖ୍ୟଅତିଥି ଭାବେ ଏନଏସି ଉପ ନଗରପାଳ ଗଗନ ଅଗ୍ରୱାଲ, ସାମ୍ମନିତ ଅତିଥି ରୂପେ ମଧୁସୂଦନ ପାଣ୍ଡେ, ଆକବର ଅଲ୍ଲୀ, ସହଦେଵ ନାଏକ ପ୍ରମୁଖ ମଞ୍ଚାସିନ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଅତିଥି ମାନେ ବିଜେତା ଏନ ଏସ ସ୍ପୋର୍ଟିଂ ଦଳକୁ ଟ୍ରଫି ସହ ୮ ହଜାର ଟଙ୍କା ଅର୍ଥ ରାଶି ଓ ଉପ ବିଜେତା ସମଲେଶ୍ୱରୀ ବଲାଙ୍ଗୀର ଦଳକୁ ଟ୍ରଫି ସହ ୫ ହଜାର ଟଙ୍କା ଅର୍ଥ ରାଶି ଦେଇ ପୁରସ୍କୃତ କରିଥିଲେ l ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ସଞ୍ଜୀବ ସାହୁ,ଅଶୋକ ବଗର୍ତି , ମଣିକାନ୍ତ ପ୍ରଧାନ, ରାମ ନାଏକ ଓ ସୁଶାନ୍ତ ନାଏକ ରେଫରି ଦାୟିତ୍ୱ ତୁଲାଇ ଥିଲେ।ବାବୁଲା ପଣ୍ଡା ଓ ନୁଜାର ମହମ୍ମଦ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ବିଜୟ ନାଏକ, ସୁମନ ନାଏକ, ଅଜୟ ନାଏକ,ମୁଜ଼ୀବ ଖାନ ଚନ୍ଦନ ନାଏକ, ଇଶାକ ମହମ୍ମଦ, ନୌସାଦ ମହମ୍ମଦ, ତୁଷାର ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ।ତିନିଦିନ ଧରି ଚାଲିଥିବା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଦର୍ଶକ ବେଶ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories