Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି; ଫାଷ୍ଡ ଫୁଡ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ସମ୍ବଲପୁର: ଆଜି ପବ୍ଲିକ ଲାଇବ୍ରେରୀ ଠାରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ୱାଦଶ ସପ୍ତାହରେ ପ୍ରଶିକ୍ଷିକା ବୁର୍ଲା ଭିସୁଟର ସହକାରୀ ଅଧ୍ୟାପିକା ଡ଼ଃ. ଅଭିପ୍ସା ମହାପାତ୍ର,ଫାଷ୍ଟ ଫୁଡ଼ର ପ୍ରସ୍ତୁତି ଓ ଦୈନଦିନ ଜୀବନରେ ଏହାର କୁପ୍ରଭାଵ ପ୍ରସଙ୍ଗରେ ଆଲୋଚନା କରି ଦୈନନ୍ଦିନ ଜୀବନର ରେ ଫାଷ୍ଟ ଫୁଡ଼ର ଭୟାବହତା ଉପରେ ଗୁତୁତ୍ୱ ପୁର୍ଣ୍ଣ ଆଲୋଚନା କରିଥିଲେ। ଏହି ଖାଦ୍ୟ ପ୍ରତି ଆସକ୍ତି ଓ ଏହାର ପ୍ରସ୍ତୁତି ରେ ମାରାତ୍ମକ ରାସାୟନିକ ଦ୍ରବ୍ୟ ର ବ୍ୟବହାର ଉପରେ ଆଲୋଚନା କରି ଏସବୁରୁ ଦୁରେଇ ରହିବାକୁ ଆହ୍ୱାନ ଦେଇଥିଲେ। ଦ୍ବିତୀୟ ଅଧିବେଶନ କୁ ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନ ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ବାରିକ ଆରମ୍ଭକରି ,ପିଲାଙ୍କ ସହ ପ୍ରତ୍ୟକ୍ଷ ବାର୍ତ୍ତାଲାପ ଜରିଆରେ ଆତ୍ମ ବିଶ୍ୱାସ ଓ ଏହାର ବିଭିନ୍ନ କୌଶଳ ସମ୍ବନ୍ଧରେ ଅନେକ ଉଦାହରଣ ସହ ବୁଝେଇ ଆତ୍ମ ବିଶ୍ୱାସ କୁ ସୁଦୃଢ଼ କରି ପ୍ରତ୍ୟେକ କାମ ପ୍ରତି ଆଗଭର ହେବାକୁ ଉପଦେଶ ଦେଇଥିଲେ।

କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାପାଇଁ ,ଅନୁଷ୍ଠାନର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ,ଉପସଭାପତି ପ୍ର,ଶଙ୍କର ପ୍ରସାଦ ପତି’ପ୍ର.ମୁରଲୀ ପ୍ରେମନାଥ ନାୟକ,ପ୍ର.ରବିନାରାୟଣ ମିଶ୍ର ଭିସୁଟର ଡଃ.ମନୋଜ କୁମାର ପଟେଲ,ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,.ଡ଼. ଗିରିଧାରୀ ହୋତା,ପୃଥିବିରାଜ ମିଶ୍ର,ଉଦିତ ଚନ୍ଦ୍ର ପାଟଯୋଶି,ଶିବଶଙ୍କର ଷଡ଼ଙ୍ଗୀ, ଗୋଳକ ବିହାରୀ ମିଶ୍ର ଓ ଶ୍ରୀମତୀ ଦୀପାଲି ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ସଂଯୋଜକ ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା ସଞ୍ଚାଳନ କରିଥିଲେ। ,ବୈଷୟିକ ସହାୟତାରେ ଶ୍ରୀ ଅଭିନନ୍ଦନ ତ୍ରିପାଠୀ,ଶ୍ରୀ ଦେବାଶିଷ ମିଶ୍ର ,ବିଜୟ ସାହୁ ଓ ସୁନନ୍ଦା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।ଶିବିର ରେ ମୋଟ ୧୩ଟି ହାଇସ୍କୁଲର ୨୭ ଜଣ ଛାତ୍ରଛାତ୍ରୀ ଓ ଅବିଭାବକ ଯୋଗଦେଇଥିଲେ।
.