Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦୁଇ ଦିନିଆ ଖାଦ୍ୟ ମେଳା ଉଦଘାଟିତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତ ସଭାଗୃହ ଠାରେ ସୋମବାର ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଦୁଇ ଦିନିଆ ଖାଦ୍ୟ ମେଳା ଅୟୋଜନ ହୋଇଯାଇଛି। ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସ୍ଥାନୀୟ ସରପଞ୍ଚ ସେବତୀ ରଣା, ଓ ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ନରୋତ୍ତମ ସେଲମା, ସମ୍ମାନିତ ଅତିଥି ଭାବେ ବିପିସି ଜଗଦୀଶ ପ୍ରସାଦ ରଣା, ମିଶନଶକ୍ତି ବ୍ଲକ ଫେଡରେସନ ସଭାନେତ୍ରୀ ଜୟନ୍ତୀ ସାହୁ, ଉପ ସଭାନେତ୍ରୀ ସୁଷମା ରଣା,ଦମୟନ୍ତି ରଣା , ଜାହ୍ନବୀ ସାହୁ ପ୍ରମୁଖ ଯୋଗ ଦେଇ ସରକାରଙ୍କ ମିଲେଟ ମିଶନ ଯୋଜନା ତଥା ମାଣ୍ଡିଆ କୁ ଦୈନନ୍ଦିନ ଜୀବନରେ ଖାଦ୍ୟ ରୂପେ ଗ୍ରହଣ କରିବା ର ଆବଶ୍ୟକ ତା ଉପରେ ଆଲୋଚନା କରିବା ସହ ଷ୍ଟଲ ଗୁଡିକ ରେ ମାଣ୍ଡିଆ ର ପିଠା ପଣା ପ୍ରଦର୍ଶନୀ କୁ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମ ରେ ଏବିପିସି ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିବା ବେଳେ ଅଜିତ କୁମାର ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସିଆରପି ଜୀବରଧନ ସାହୁ, ଧୁରାବନ ବାଗ, ବାଲ୍ମୀକି ଛତ୍ରୀଆ,ଭାନୁମତି ପଧାନ, ଶ୍ରଦ୍ଧାଞ୍ଜଳି ବାଗ ଓ ରିଷିଡା ସମସ୍ତ ସ୍ଵୟଂ ସହାୟିକା ଗୋଷ୍ଠୀ ସହଯୋଗ କରିଥିଲେ। ଓଡିଶା ସରକାରଙ୍କ ଓଡିଶା ମିଲେଟ ମିଶନ ସହାୟତା ପ୍ରଦାନ କରିଥିଲେ ।ଶିବିର ରେ ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟାମାନଙ୍କ ଦ୍ଵାରା ପ୍ରସ୍ତୁତ ମାଣ୍ଡିଆବରା,ସିଙ୍ଗଡ଼ା,ମିକ୍ଚର,ଲଡୁ,ମାଲପା,ବିସ୍କୁଟ, କେକ୍ ଓ କାଙ୍ଗୁ ବିସ୍କୁଟ, କୋଦୋ କ୍ଷୀରି, ମାଣ୍ଡିଆ ପଣା ପ୍ରଭୁତି ବେଶ ଆକର୍ଷଣୀୟ ହୋଇଥିଲା।