Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆଗମୀ ୨ଦିନରେ ନୂତନ ଟ୍ରାନ୍ସଫରମର ବସାଇ ବିଦ୍ୟୁତ ସଂଯୋଗ ନକଲେ କାର୍ଯ୍ୟାଳୟ ବନ୍ଦ ଚେତାବନୀ

ଜମନକିରା : ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ୪୦ ରୁ ୪୫ ଡିଗ୍ରୀ ତାପମାତ୍ରା ରହୁଥିବା ଵେଲେ ଏବେ ସମଗ୍ର କୁଚିଣ୍ଡା ଉପଖଣ୍ଡ ଟାଣୁଆ ଖରାରେ ଲୋକେ ଡହକ ବିକଳ ହେଇ ପଡ଼ୁଛନ୍ତି। ଏଭଳି ସ୍ଥିତିରେ ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ବିଦ୍ୟୁତ କାଟ ବାରମ୍ବାର ଘଟୁଛି। ଅଘୋଷିତ ବିଦ୍ୟୁତ କାଟ ଜନସାଧାରଣଙ୍କ ପାଇଁ ଅନେକ ଅସୁବିଧାର ସମ୍ବୁଖୀନ ହେବାକୁ ପଡୁଛି। ଜମନକିରା ବ୍ଲକ ବଡରମା ପଞ୍ଚାୟତ ନୁଆପଡ଼ା ଗ୍ରାମରେ ଅଜିକୁ ୧ ମାସରୁ ଅଧିକ ସମୟ ହେବ ବିଦ୍ୟୁତ ଯୋଗାଣ ଠପ ହୋଇ ପଡ଼ିଛି। ଯାହା ଫଳରେ ଅଞ୍ଚଳବାସୀ ଅନେକ ଅସୁବିଧାର ସମ୍ବୁଖିନ ହେଇଥିବା ନେଇ ଆଜି କାର୍ଯ୍ୟଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି। ଗ୍ରାମବାସୀ ତଥା ମହିଳା ମାନଙ୍କ ଅଭିଯୋଗ କ୍ରମେ ଗତ ମେ ମାସ ୧ ତାରିଖରେ ରେ ଗ୍ରାମରେ ଥିବା ବିଦ୍ୟୁତ ଟ୍ରାନ୍ସଫରମର ଟି କାଳ ବୈଶାଖୀ ଯୋଗୁଁ ପୋଡ଼ିଯାଇ ଖରାପ ହୋଇରହିଛି। ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ଜମନକିରା ବିଦ୍ୟୁତ କାର୍ଯ୍ୟାଳୟ କୁ ଆସି ନୂତନ ଟ୍ରାନ୍ସଫରମର ଲଗାଇ ବିଦ୍ୟୁତ ସଂଯୋଗ କରିବା ପାଇଁ କହି ଆସୁଥିଲେ ମଧ୍ୟ ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ନେଉନାହାନ୍ତି। ଏହାକୁ ନେଇ ଆଜି ବଡରମା ପଞ୍ଚାୟତ ନୁଆପଡ଼ା ଗ୍ରାମର ମହିଳା ଓ ପୁରୁଷ ଉଭୟ ଆସି ଜମନକିରା ବିଦ୍ୟୁତ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ଅନେକ ସମୟ ଧରି ଅଫିସ କାର୍ଯ୍ୟବନ୍ଦ ରହିବାରୁ ବିଦ୍ୟୁତ ବିଭାଗ କର୍ମଚାରୀ ଗ୍ରାମବାସୀ ଙ୍କୁ ଆଗମୀ ଦୁଇ ରୁ ତିନି ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ କରିବାକୁ ପ୍ରତିଶ୍ରୁତି ଦେବାରୁ ଗ୍ରାମବାସୀ ଧାରଣାରୁ ଓହରିଥିଲେ। ଗ୍ରାମର ମହିଳା ସବିତା ବାଘ, ପ୍ରତିମା ସାହୁଙ୍କ କହିବା ଅନୁଯାୟୀ ଆଗମୀ ଦୁଇ ଦିନ ମଧ୍ୟରେ ଯଦି ବିଦ୍ୟୁତ ସଂଯୋଗ ନହୁଏ, ତାହେଲେ ଜମନକିରା ବିଦ୍ୟୁତ କାର୍ଯ୍ୟାଳୟ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ଦାୟୀତ୍ବରେ ଥିବା ବିଦ୍ୟୁତ ବିଭାଗ କର୍ମଚାରୀ ଚନ୍ଦ୍ରକାନ୍ତ ମଗରଙ୍କୁ ପଚାରିବାରୁ ସେ କହିଥିଲେ ଆମେ କୁଚିଣ୍ଡା ଏସଡିଓଙ୍କ ସହ କଥାବାର୍ତ୍ତା କରି ସମାଧାନର ବାଟ ବାହାର କରିଛୁ। ଆଗମୀ ଦୁଇ ରୁ ତିନି ଦିନ ମଧ୍ୟରେ ଗ୍ରାମରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଥିଲେ।