Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଠକ ହାତରେ ‘ଆର୍ଯ୍ୟଭୂମି ଲଦାଖ’

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ କୋରାପୁଟ ଦାମନଯୋଡିର ଗାଳ୍ପିକ ବିଜୟ କୁମାର ଜେନାଙ୍କ ବହି ଆର୍ଯ୍ୟଭୂମି ଲଦାଖ ଆତ୍ମ ପ୍ରକାଶ କରିଛି।ଏହି ବହି ଏକ ଭ୍ରମଣ କାହାଣୀ, ଯେଉଁଥିରେ ଲେଖକ ଜମ୍ମୁ କାଶ୍ମୀରର ଲଦାଖ ଓ ଆଖପାଖ ଅଞ୍ଚଳକୁ ନିଜେ ବୁଲିବା ବେଳେ, ଯାହା ଦେଖିଛନ୍ତି, ତାହାକୁ ପାଠକଙ୍କ ପାଇଁ ପରଷିଛନ୍ତି। ଏହି ବହିରେ କିଛି ଇତିହାସ, ସଂସ୍କୃତି, ପର୍ଯ୍ୟଟନ ଓ ମନଛୁଆଁ ଫଟୋ, ପାଠକଙ୍କୁ ଆକୃଷ୍ଟ କରିବ।
ପବିତ୍ର ଶ୍ରୀଗୁଣ୍ଡିଚାରେ ବହି ପ୍ରକାଶନ ପରେ ଶଦ୍ଦ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ସୁଶ୍ରୀ ସୁଚରିତା ଦାଶ ଓ ନିର୍ଦ୍ଦେଶକ ଶକ୍ତି ଶଙ୍କର ଦାଶ, ଆର୍ଯ୍ୟଭୂମି ଲଦାଖ ବହିର ଲେଖକ ବିଜୟ କୁମାର ଜେନାଙ୍କୁ ଶୁଭେଛା ଜଣାଇଛନ୍ତି। ଏହି ବହି ପାଠକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories