Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁରୀ ରଥଯାତ୍ରା ଘଟଣାର ତଦନ୍ତ; ଦୋଷୀକୁ ଦଣ୍ଡବିଧାନ ସହିତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି

ସମ୍ବଲପୁର: ଗତକାଲି ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରା ସମୟରେ ଦୁଇଜଣ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାର ନିନ୍ଦା କରିବା ସହିତ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ସମ୍ପୃକ୍ତ ଦୋଷୀ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସମ୍ବଲପୁରର ସାମ୍ବାଦିକଗଣ ।‌ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପ୍ରେରିତ ଏହି ଦାବିପତ୍ରରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଓଡ଼ିଶା ବିଧାନସଭାରେ ଯଥାବିଧି ପ୍ରସ୍ତାବ ଆଣିବା ପାଇଁ ମଧ୍ୟ ଦାବି କରାଯାଇଛି । ଅନ୍ୟାନ୍ୟ ଅନେକ ରାଜ୍ୟରେ ଏଭଳି ଆଇନଗତ ବ୍ୟବସ୍ଥା ରହିଥିବା ସତ୍ତ୍ବେ ଓଡ଼ିଶାରେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯାଇ ପାରିନାହିଁ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ରହିଛି । ଆମର ପ୍ରଚଳିତ ଗଣତାନ୍ତ୍ରିକ ବ୍ଯବସ୍ଥାରେ ସାମ୍ବାଦିକଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ, ଯାହା ଫଳରେ ସମ୍ପୂର୍ଣ୍ଣ ବ୍ୟବସ୍ଥାରେ ପାରଦର୍ଶିତା ରହିପାରୁଛି, ଏପରି ସ୍ଥଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘୋର ନିନ୍ଦନୀୟ ବୋଲି ଏଥିରେ କୁହାଯାଇଛି ।

ଏହି ପରିପ୍ରେକ୍ଷୀରେ ପୁରୀଠାରେ ଘଟିଥିବା ଘଟଣାକୁ ଉଚିତ ଗୁରୁତ୍ବ ସହକାରେ ଗ୍ରହଣ କରିବା ସହ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ସମ୍ପୃକ୍ତ ଦୋଷୀକୁ ଦଣ୍ଡିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ସ୍ଥାନୀୟ ସମ୍ବଲପୁରରେ ସକ୍ରିୟ ସାମ୍ବାଦିକ କଲ୍ୟାଣ ସଂଘ (ଜର୍ଣ୍ଣାଲିଷ୍ଟ ଓ୍ବେଲଫେୟର ଏସୋସିଏସନ) ପକ୍ଷରୁ ପ୍ରସ୍ତୁତ ଏହି ଦାବିପତ୍ର ରେ ସମ୍ବଲପୁରରେ କାର୍ଯ୍ଯରତ ପ୍ରାୟ କୋଡିଏ ଜଣ ସାମ୍ବାଦିକ ଉପସ୍ଥିତ ରହି ଏବିଷୟରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ଏହି ସଂକ୍ରାନ୍ତରେ ସବୁକଥା ସହୃଦୟତାର ସହିତ ଶୁଣିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।