ରେଙ୍ଗାଲିଠାରେ ବିଶ୍ଵ ଯୋଗ ଦିବସ ପାଳନ


ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଡିଆ ଠାରେ ରେଙ୍ଗାଲି ଅଂଚଳ ର ଜନସାଧାରଣ ଙ୍କ ନିମନ୍ତେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିର କୁ ଆର୍ଟ ଅଫ ଲିଭିଙ୍ଗ, ଓ ସ୍ଵାଧୀନ ଏକତା ସଂଗଠନ ରେଙ୍ଗାଳି ଆୟୋଜନ ରେ ମୁଖ୍ୟ ଭୂମିକା ନିଭାଇଥିଲେ ଏଵଂ ପତଞ୍ଜଲି ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିବାର ସହଯୋଗ କରିଥିଲେ। ଆର୍ଟ ଅଫ ଲିଭିଙ୍ଗ ର ପ୍ରଶିକ୍ଷକ ରଞ୍ଜନ ସାହୁ ଯୋଗାସନ, ପ୍ରାଣାୟମ ତଥା ବିଭିନ୍ନ ଆସନ ବତାଇବା ସହିତ ଏହାର ଉପକାରିତା ଏବଂ ଯୋଗ ଦ୍ୱାରା କିପରି ନିରୋଗ ରହିବା ଏ ସମ୍ପର୍କରେ ଅବଗତ ମଧ୍ୟ କରାଇଥିଲେ ।

ଏହି ଅବସରରେ ସ୍ୱାଧୀନ ଏକତା ସଂଗଠନ ର ସଭାପତି ରାଜିବ ମିଶ୍ର, ପଦ୍ମନାଭ ଭୋଇ, ପ୍ରଫୁଲ୍ଲ ଗହିର , ଜଗଦୀଶ ପୁଝାରୀ, ଅର୍ଟ ଅଫ ଲିଭିଙ୍ଗ ର ରବିନ୍ ଅଗ୍ରୱାଲ, ଡ. ଅର୍ଜୁନ ନାୟକ, ଯୁଗଳ ଅଗ୍ରୱାଲ, ନାରାୟଣ ଅଗ୍ରୱାଲ, ବିରଞ୍ଚି ବିଶ୍ବାଳ ପତଞ୍ଜଲି ର ସାଲେଗ୍ରାମ ସାହୁ , ଉଦୟ ସାହୁ ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ସମସ୍ତ ଗୁରୁଜି ଗୁରୁମା ତଥା ରେଙ୍ଗାଲି ର ବହୁ ମନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତି ଥିଲେ।
ଶେଷରେ ସମ୍ପାଦକ ସରୋଜ ବିଶୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ।।