Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରାଘାତ ଯୋଗୁଁ ଯୁବକ ଗୁରୁତର

ଜମନକିରା : ଜମନକିରା ଥାନା କଟଙ୍ଗପାଣି ପଞ୍ଚାୟତ ଟିକାପଡ଼ା ପ୍ରତିକ୍ଷାଳୟରେ ଅପେକ୍ଷାରତ ଜଣେ ଯୁବକ ନିକଟରେ ବଜ୍ରାଘାତ ହେବା ଯୋଗୁଁ ଟିକିଲିପଡ଼ା ଗାଁର ସୀତାରାମ ବେହେରା ଙ୍କ ପୁଅ ସୁମିତ ବେହେରା (୨୩) ଗୁରୁତର ଥିବା ଜଣାପଡିଛି।
ସୂଚନା ଯୋଗ୍ୟ ଯେ, ଟିକାପଡ଼ା ପ୍ରତିକ୍ଷାଳୟରେ ଆଜି ଅପରାହ୍ନ ସାଢେ଼ ୪ ଟା ସମୟରେ ବର୍ଷା ଯୋଗୁଁ ପ୍ରାୟ ୧୦ ପାଖାପାଖି ଲୋକ ମାନେ ଅପେକ୍ଷା କରି ରହିଥିଲେ। ଏହି ସମୟରେ ବିଜୁଳି ସହ ଘଡଘଡି ମାରିଥିବା ବେଳେ ନିକଟରେ ବଜ୍ରାଘାତ ହୋଇଥିଲା। ଫଳରେ ସେଠାରେ ଅପେକ୍ଷାରତ ଯୁବକ ସୁମିତ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜମନକିର ଡ଼ାକ୍ତରଖାନା କୁ ନିଆଯାଇଥିଲା। ତେବେ ସୁମିତ ର ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଅନ୍ୟ ମାନେ ଅଳ୍ପକେ ସୁରକ୍ଷା ପାଇ ଯାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ