Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ବାହୁଡାଯାତ୍ରା ସମାପନ; ୫ହଜାର ରୁ ଊର୍ଦ୍ଧ୍ବ ଭକ୍ତଙ୍କ ସକାଶେ ଅନ୍ନପ୍ରଶାଦ ର ବ୍ୟବସ୍ଥା

ଲକ୍ଷ୍ମୀପୁର: ଲକ୍ଷ୍ମୀପୁରରେ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି।ମାଉସୀମା ମନ୍ଦିର ରୁ ଚତୁର୍ଦ୍ଧା ମୂର୍ତିଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯିବା ପରେ ସାଢେ ୩ଟାରେ ଆରମ୍ଭ ହୋଇଥିଲା ରଥଟଣା।ବୁଧବାର ପାଗ ସମ୍ପୁର୍ଣ ସୁଖିଲା ଥିବାରୁ ବ୍ଲକର ଗ୍ରାମାଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ମହିଳା ମାନେ ମଧ୍ୟ ଆଗ୍ରହର ସହ ରଥ ଟାଣି ଥିବା ବେଳେ ରଥ ସମ୍ମୁଖରେ ଜୟଗୁରୁ କମିଟି ଓ ସଂକିର୍ତନ ମଣ୍ଡଳିଦ୍ବାରା ନାଚଗୀତ କରାଯାଇଥିଲା।ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଥିଲା। ମାଉସୀ ମା ‘ମନ୍ଦିର ନିକଟରେ ଲକ୍ଷ୍ମୀପୁର ଯୁବକ ସଂଘ ସଦସ୍ୟ ପକ୍ଷରୁ ଏକ ଅନ୍ନଛତ୍ରର ବ୍ଯବସ୍ଥା କରାଯାଇଥିଲା ଯେଉଁଥିରେ ପ୍ରାୟ ୫ହଜାର ରୁ ଊର୍ଦ୍ଧ୍ବ ଭକ୍ତ ପ୍ରସାଦ ସେବନ କରିଥିଲେ।ସଂଧ୍ୟା ୬ଟା .୪୦ ସୁଦ୍ଧା ରଥ ମନ୍ଦିର ନିକଟରେ ପହଞ୍ଚି ଥିଲା।ସ୍ତାନୀୟ ମହାରଣା ମାନେ ରଥ ତିଆରି ଠାରୁ ଆରମ୍ଭ କରି ରଥ ଟଣାର ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ ସହଯୋଗ କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ଏସଡିପିଓ ଅଶ୍ବିନୀ କୁମାର ନାୟକଙ୍କ ସହିତ ଥାନା ଅଧିକାରୀ ଶ୍ବେତପଦ୍ମା ସେଠ୍, ଥାନା ପୁଲିସ, ଆଇଆରବି ଯବାନ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କୁ ମୂତୟନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ