Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବେ ଗ୍ରାମରେ ଧୁମଧାମରେ ସମ୍ପନ୍ନ ହେଲା ରଥଯାତ୍ରା

ଜମନକିରା : ଜମନକିରା ବ୍ଲକ କେନାଢ଼ିପା ପଞ୍ଚାୟତ ଅନ୍ତର୍ଗତ ସର୍ବେ ଗ୍ରାମରେ ଆଜି ଧୁମଧାମରେ ରଥଯାତ୍ରା ପାଳିତ ହୋଇଯାଇଛି। ୫୦ ବର୍ଷରୁ ଉର୍ଦ୍ଧ ହେବ ଏହି ରଥ ଯାତ୍ରା ପାଳନ ଅବସରରେ ଗ୍ରାମ୍ୟ କମିଟିର ସଭାପତି ଅସିତ କୁମାର ମାଝୀଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ସମସ୍ତ ନୀତି ଲୁଲାନ୍ତ ସାହୁ ସମ୍ପାଦନ କରିଆସୁଛନ୍ତି। ଗ୍ରାମର କୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ଆବୃତ ସଙ୍କୀର୍ତ୍ତନ ପରିବେଷଣ ସମସ୍ତ ଭକ୍ତ ମାନଙ୍କୁ ବିମୋହିତ କରିଆସୁଛି। ଦୂରଦୂରାନ୍ତରୁ ଆସିଥିବା ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବିଶେଷ ଭିଡ଼ ପରିଲକ୍ଷିତ ହୋଇଥିଲା। ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ଅନେକ ସାଂସ୍କୃତିକ ଓ ମିନାବଜାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀ ଗଜିନ୍ଦ୍ର କୁମୁରା , ପ୍ରମୋଦ କୁମୁରା, ରାଜାରାମ ସେଠ, ଦିଲୀପ ପଟ୍ଟା, ସୁରେନ୍ଦ୍ର ନାଇକ, ଗୁନମଣି ନାଏକ, ଧ୍ରୁବଚରଣ ପଟ୍ଟା, ବିଶ୍ବରଂଜନ ନାୟକ, ଭିକାରୀ ଚରଣ ସାହୁ, ଦର୍ପ କାଲୋ, ପାନୁ ସାହୁ, ରାଜେଶ କାଲୋ, ପ୍ରଶ୍ନ ପଟ୍ଟା, ଜଗଦୀଶ ବାଘ, କୈଳାସ ସାହୁ, ଶିବାନାଥ ସାହୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମ ସମାପନ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ