ଝାରସୁଗୁଡ଼ାରୁ ଆଉ ୨ ସ୍ଥାନକୁ ଆରମ୍ଭ ହେବ ବିମାନ ସେବା


ଝାରସୁଗୁଡ଼ା: ଆସନ୍ତା ୧୦ ତାରିଖରୁ ଝାରସୁଗୁଡ଼ାରୁ କୋଲକାତା ଏବଂ ବିଶାଖାପାଟଣାକୁ ଆରମ୍ଭ ହେବ ବିମାନ ସେବା। ଏହି ସେବା ଆରମ୍ଭ କରିବ ସ୍ପାଇସ୍ ଜେଟ୍ । ସେହିପରି ସପ୍ତାହରେ ଚାରିଦିନ ଝାରସୁଗୁଡାରୁ ବେଙ୍ଗାଲୁରୁ ଏବଂ ଚେନ୍ନାଇକୁ ବିମାନସେବା ଯୋଗାଇବ ସ୍ପାଇସ୍ ଜେଟ୍। ୪ଟି ସହରକୁ ବିମାନ ସେବା ଆରମ୍ଭ ହେବ।

ଏନେଇ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚାରିଟି ସ୍ଥାନକୁ ବିମାନସେବା ଯୋଗାଇବାକୁ ସ୍ପାଇସ୍ ଜେଟ ପ୍ରସ୍ତାବ ଦେଇଥିଲା । ଏହାକୁ ଗ୍ରହଣ କରିଛନ୍ତି ଝାରସୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷ ।