Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସଇଡା ରେ ବନ ମହୋତ୍ସବ ପାଳିତ; ଲାଗିଲା ୨ଶହ ଚାରା

ଜମନକିରା : ସଇଡା ଗାଁରେ ଆଜି ସ୍ୱାଧୀନ କ୍ଲବ ପକ୍ଷରୁ ବିଶ୍ଵ ବନ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଇଡା ଖେଳ ପଡିଆ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତିବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଇଡା ସ୍ଥିତ ସ୍ଵେଚ୍ଛାସେବୀ ସଂସ୍ଥା ସ୍ୱାଧୀନ କ୍ଲବର କର୍ମକର୍ତ୍ତା ସର୍ବଶ୍ରୀ ବିଜୁ ସାହୁ, ତୁଷାର, ଅଭୀ ମନୋହରୀ ପିଙ୍କୁ ପୃଷେଠ, ଭବାନୀ ବାଗ, ଏସିଇ କମ୍ପ୍ୟୁଟର ନିର୍ଦ୍ଦେଶକ ରାଜେଶ ଶର୍ମା, ପ୍ରକୃତିବନ୍ଧୁ ସରୋଜ ମେହେର, ସ୍ବେଚ୍ଛାସେବୀ ନୃପଲାଲ ଦେବ, ପଙ୍କଜିନି ନାଏକ, ନନ୍ଦୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିଶାନ ପ୍ରମୁଖଙ୍କ ସହ ସଇଡା ସ୍ୱାଧୀନ କ୍ଲବର ସମସ୍ତ ସଦସ୍ୟଙ୍କ ସହ ଗ୍ରାମବାସୀ ମାନେ ମିଶି ପ୍ରାୟ ୨ଶହ ଚାରା ରୋପଣ କରିଥିଲେ। ଚଳିତ ବର୍ଷା ଋତୁରେ ଏକ ହଜାର ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି।