Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ଫରେଷ୍ଟ ରେଞ୍ଜ ପକ୍ଷରୁ ବନମହୋତ୍ସବ ପାଳନ

ଜମନକିରା : ଜମନକିରା ଫରେଷ୍ଟ ରେଞ୍ଜ ପକ୍ଷରୁ ଆଜି ଭୋଜପୂର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳନ କରାଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଫରେଷ୍ଟ ରେଞ୍ଜର ଲକ୍ଷୀ ନାରାୟଣ ନାଏକ ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ଉପ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ବାମଣ୍ଡା ଏସିଏଫ ଜିତେନ୍ଦ୍ର କୁମାର ବେହେରା, ବିଡ଼ିଓ ପ୍ରସନ୍ନ ପଟେଲ, ଅଧକ୍ଷ ପ୍ରତାପ କୁମାର ମହାକୁଳ, ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ସୁଜାତା ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ। ପରେ ମହାବିଦ୍ୟାଳୟ ପରିସରରେ ଛତିଆନ, ମେହେରଦାନି, ଲିମ୍ବ, କରଞ୍ଜ, ରାଧା ଚୁଡ଼ା, କୃଷ୍ଣ ଚୁଡ଼ା ଆଦି ଶତାଧିକ ଚାରା ରୋପଣ କରାଯାଇଥିଲା। ଏଥିରେ ରେଞ୍ଜର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପାଣରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ