Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମରା ରେଞ୍ଜ ସ୍ତରୀୟ ବନ ମହୋତ୍ସବରେ ବିବିଧ ଜନ ସଚେତନତା ମୂଳକ କାର୍ଯ୍ୟକ୍ରମ

ଜମନକିରା : ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନସ୍ଥ ବାମରା ରେଞ୍ଜ ସ୍ତରୀୟ ୭୪ ତମ ବନମହୋତ୍ସବ ଦୁଇ ଦିନ ବ୍ୟାପୀ ସଗରା ସ୍ଥିତ ଜନତା ହାଇ ସ୍କୁଲ ପରିସରରେ ବିଭିନ୍ନ ଜନ ସଚେତନତା ମୂଳକ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ଅମୃତ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ଆଜି ଅନୁଷ୍ଠିତ ଉତ୍ସବରେ ଏକାଧିକବାର ପ୍ରକୃତି ବନ୍ଧୁ ପୁରସ୍କାରରେ ପୁରସ୍କୃତ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଉଦ୍ୟାନ କର୍ମଚାରୀ ପ୍ରକୃତି ବନ୍ଧୁ ରବୀନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା, ନୂଆଁ ଦିଲ୍ଲୀରେ କାର୍ଯ୍ୟରତ ବୈଜ୍ଞାନିକ ଡ଼.ଶିବେସ କୁମାର ପ୍ରଜାପତି, ସରପଞ୍ଚ ଗୋଲାପି ବାଗ, ସମିତି ସଭ୍ୟ ହାବିଲ ଏକ୍କା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟନାଥ ନାଏକ, ସରୋଜ କୁମାର ସିହ୍ନା, ପଣ୍ଡିତ ଅଲେଖ କୁମାର ପତି, ଅନ୍ୟତମ ପ୍ରକୃତି ବନ୍ଧୁ ତୁଳସୀ ମଞ୍ଜରୀ ବହିଦାର, କୁଚିଣ୍ଡା ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୃକ୍ଷ ରୋପଣ, ବନ୍ୟ ପ୍ରାଣୀ ସୁରକ୍ଷା ଓ ପରିବାର କଲ୍ୟାଣ ମାଧ୍ୟମରେ ପ୍ରକୃତିର ଭାରସାମ୍ୟ ରକ୍ଷା କରିବାକୁ ଆହ୍ବାନ ଦେଇଥିଲେ। ଗତକାଲି ପରିବେଶ ସୁରକ୍ଷା କାମନା କରି ସମଗ୍ର ଗ୍ରାମକୁ ପଦଯାତ୍ରା ମାଧ୍ୟମରେ ଜନ ସଚେତନତା କରାଯାଇ ପରିବେଶ ଆଧାରିତ ଡ୍ରଇଂ, ଭାଷଣ ଓ ସ୍ଲୋଗାନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନପାଳ ତୁଲରାମ ବରିହା ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ରୀ ଗଣ ପରିବେଶ ଆଧାରିତ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ନାୟକ ତୃତୀୟ ଥର ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ଓ ତୁଳସୀ ମଞ୍ଜରୀ ବହିଦାର ବାମରା ବ୍ଲକ ପାଇଁ ପ୍ରକୃତି ବନ୍ଧୁ ପୁରସ୍କର ପାଉ ଥିବାରୁ ସ୍କୁଲ ପକ୍ଷରୁ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ଵାଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାପରେ ସ୍କୁଲର ନୂତନ ୫ଟି ଗୃହ ପରିସରରେ ବୃକ୍ଷ ପୂଜନ ପରେ ଅତିଥିଗଣଙ୍କ ସହ ଶତାଧିକ ଗ୍ରାମବାସୀ ଓ ଛାତ୍ର,ଛାତ୍ରୀ ପ୍ରାୟ ୪ ଶହ ଫଳ ଚାରା ରୋପଣ କରି ଥିଲେ। ଶେଷରେ ବିଜୟ କୁମାର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତେ ନିଜ ଜନ୍ମଦିନ ଓ ବିବାହ ବାର୍ଷିକୀରେ ଗୋଟାଏ ଲେଖାଏଁ ଚାରା ରୋପଣ କରି ତାକୁ ବଞ୍ଚାଇବା ପାଇଁ ମୁଖ୍ୟ ଅତିଥି ଶ୍ରୀ ନାୟକ ଶପଥ ପାଠ କରାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ