Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସୁବାସ ନାୟକ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ଜମନକିରା : ଜମନକିରା ବ୍ଲକ ତଥା ସମଗ୍ର କୁଚିଣ୍ଡା ଉପଖଣ୍ଡରେ ବୃକ୍ଷ ରୋପଣ, ଜଙ୍ଗଲ ଓ ପ୍ରାଣୀ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଥିବା ସମାଜସେବୀ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କୁ ଆଜି ସମ୍ବଲପୁର ଠାରେ ଜଙ୍ଗଲ ବିଭାଗରେ ପ୍ରେକ୍ଷାଳୟରେ ୨୦୨୨-୨୩ ବର୍ଷ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ କରାଯାଇଛି । ସଦର ଡିଏଫଓ ବିଶ୍ଵନାଥ ନୀଳାମ୍ବରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଆରସିସିଏଫ କୃଷ୍ଣକୁମାର. କେ. ନଭାଲେ ଡି ପ୍ରମୁଖ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଶ୍ରୀ ନାୟକଙ୍କ ସମେତ ଜିଲ୍ଲାର ଆଉ ଚାରି ଜଣଙ୍କୁ ସମ୍ମାନିତ କରିଥିଲେ। ତାଙ୍କୁ ଏକ ମାନ ପତ୍ର ସହ ଦଶ ହଜାର ଅର୍ଥ ରାଶିର ଏକ ଚେକ ଓ ବିଭିନ୍ନ ଉପକରଣ ଦେଇ ସମ୍ମାନିତ କରାଯାଇଥିଲା। ଶ୍ରୀ ନାୟକଙ୍କୁ ଏହା ହେଉଛି ତୃତୀୟ ଥର ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର। ଏହା ପୂର୍ବରୁ ସେ ଅଧ୍ୟକ୍ଷ ଥିବା କୁଟୁରା ଚୁଆଁ କନିଷ୍ଠ ବିଦ୍ୟାଳୟ କୁ ମଧ୍ୟ ଦୁଇଥର ଉପଖଣ୍ଡର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବରେ ବନୀକରଣ ପାଇଁ ପୁରସ୍କୃତ କରାଯାଇଥିଲା। ଶ୍ରୀ ନାୟକ ତାଙ୍କୁ ସହଯୋଗ କରୁଥିବା ସମସ୍ତ ସ୍ବେଚ୍ଛାସେବୀଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି।