Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପରିସ୍ରା କାଣ୍ଡ: ପୀଡ଼ିତଙ୍କ ଦାବି- ଅଭିଯୁକ୍ତଙ୍କୁ ଛାଡ଼ି ଦିଆଯାଉ, ସେ ନିଜର ଭୁଲ ହୃଦୟଙ୍ଗମ କରି ସାରିଲେଣି

ଭୋପାଳ: ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ପରିସ୍ରା କାଣ୍ଡ ସମଗ୍ର ଦେଶରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଗିରଫ କରାଯିବା ସହ ଏନଏସଏ ଲାଗୁ କରାଯାଇଛି। ତେବେ ଘଟଣାରେ ପୀଡ଼ିତ ଆଦିବାସୀ ରାଜ୍ୟ ସରକାରଙ୍କୁ କୁକର୍ମ କରିଥିବା ଅଭିଯୁକ୍ତଙ୍କୁ ଛାଡ଼ି ଦେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଅଭିଯୁକ୍ତଙ୍କୁ ନିଜ ଭୁଲର ହୃଦବୋଧ ହୋଇ ସାରିଲାଣି। ଆଦିବାସୀ ସମୁଦାୟରୁ ଆସିଥିବା ଦଶମତ ରାଉତଙ୍କ ଉପରେ ପରିସ୍ରା କରିଥିବା ପ୍ରବେଶ ଶୁକ୍ଳାଙ୍କ ଏହି ଦୃଶ୍ୟ ଭିଡିଓ ଗତ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଦ୍ରୁତ ବେଗରେ ଭାଇରାଲ୍ ହୋଇଥିଲା।

ଶୁକ୍ଳା ବର୍ତ୍ତମାନ ଜେଲରେ ଥିବା ବେଳେ ସିଧି ସ୍ଥିତ ତାଙ୍କ ଘରର ଅବୈଧ ଅଂଶକୁ ବୁଲଡୋଜର ଜରିଆରେ ଭାଙ୍ଗି ଦିଆଯାଇଛି। ଶୁକ୍ରବାର ଅଭିଯୁକ୍ତଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ପଚରା ଯାଇଥିବା ପ୍ରଶ୍ନ ଉପରେ ଦଶମତ କହିଛନ୍ତି, ସରକାରଙ୍କୁ ମୋର ଅନୁରୋଧ ଅଭିଯୁକ୍ତଙ୍କୁ ଏବେ ଛାଡ଼ି ଦିଆଯିବା ଉଚିତ୍। ଅତୀତରେ ଯାହା କିଛି ଘଟିଛି, ଅଭିଯୁକ୍ତ ନିଜର ଭୁଲ ହୃଦବୋଧ କରି ସାରିଲାଣି। ଏମିତି ହୀନ କାମ ପରେ ବି ଆପଣ ଅଭିଯୁକ୍ତଙ୍କୁ ଛାଡ଼ିବା ବିଷୟରେ କହୁଛନ୍ତି ? ଏହି ପ୍ରଶ୍ନ ଉପରେ ଦଶମତ କହିଛନ୍ତି, ସେ ଆମ ଗାଁର ପଣ୍ଡିତ, ମୁଁ ସରକାରଙ୍କ ନିକଟରେ ଦାବି କରୁଛି ଯେ, ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କୁ ଏବେ ଛାଡ଼ି ଦିଆଯାଉ।

ରାଉତ ଏହା ମଧ୍ୟ କହିଛନ୍ତି, ଗାଁରେ ଏକ ରାସ୍ତା ନିର୍ମାଣ ବ୍ୟତୀତ ସେ ସରକାରଙ୍କୁ ଆଉ କିଛି ମାଗିବାକୁ ଚାହାନ୍ତି ନାହିଁ। ମଧ୍ୟପ୍ରଦେଶରେ ଚଳିତ ବର୍ଷ ଶେଷ ଆଡ଼କୁ ନିର୍ବାଚନ ହେବାକୁ ଯାଉଛି। ଏହା ମଧ୍ୟରେ ପରିସ୍ରା କାଣ୍ଡ ବଡ଼ ରାଜନୈତିକ ବିବାଦ ଉତ୍ପନ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ଅଭିଯୁକ୍ତ ଜଣେ ସ୍ଥାନୀୟ ବିଜେପି ବିଧାୟକଙ୍କ ଘନିଷ୍ଠ। ତେବେ ବିଜେପି କଂଗ୍ରେସର ଏହି ଅଭିଯୋଗକୁ ଖଣ୍ଡନ କରିଛି।