Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଡିପାଲି ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ, ଜନ ସଚେତନତା ଓ ସମ୍ବର୍ଧନା

ଜମନକିରା : ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ବନ ମହୋତ୍ସବ ସପ୍ତାହ କୁ ୧୦ ତାରିଖ ଯାଏ ପାଳନ କରାଯାଉଛି। ଏହି କ୍ରମରେ ହାଡ଼ିପାଲି ସ୍ଥିତ ୫ ଟି ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବୃକ୍ଷ ରୋପଣ ସହ ଶୋଭାଯାତ୍ରା ଓ ସଭା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇଛି। ସର୍ବ ପ୍ରଥମେ ମୁଖ୍ୟ ଅତିଥି,ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ କରୁଣାମୟୀ ଧାନୱାର, ସହକାରୀ ଶିକ୍ଷକ ପୁନମ ପ୍ରେମାଞ୍ଜଳି ଡାଙ୍ଗ, ଗୋପାଳ ନାଥ, ରଶ୍ମି ରଂଜନ ମାଝୀ, ଭିଷ୍ମଦେବ ସାହୁ, ଅମୂଲ୍ୟ ଚୌଧୁରୀ, ପଙ୍କଜିନି ନାଏକ ପ୍ରମୁଖଙ୍କ ନେତୃତ୍ୱରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲା। ଏହାପରେ ବିଜ୍ଞାନ ଶିକ୍ଷକ ପୌଲୋସ୍ଥି କୁମାର ପଟେଲ, ବିଜୁ ସାହୁ, ସଞ୍ଜୟ ପଟେଲ, ସୁବୋଦିନୀ ବଞ୍ଛୁର ପ୍ରମୁଖଙ୍କ ପରିଚାଳନାରେ ଛାତ୍ରଛାତ୍ରୀ ଓ ଅତିଥିଗଣ ପ୍ରାୟ ଦୁଇ ଶହ ବିଭିନ୍ନ ଫଳ ଚାରା ରୋପଣ କରିଥିଲେ। ଏହାପରେ ପ୍ରଧାନ ଶିକ୍ଷୟିତ୍ରୀ କରୁଣାମୟି ଧନୱାରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଶ୍ରୀ ନାୟକ ଗତକାଲି ସମ୍ବଲପୁରରେ ତୃତୀୟ ଥର ପାଇଁ ପାଇଥିବା ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉତ୍ସବରେ ମୁଖ୍ୟବକ୍ତା ଭାବେ ବନ କର୍ମଚାରୀ ଅନିତା ନାୟକ ଓ ସାମ୍ବାଦିକ ଗଗନ ଶର୍ମା, ସାମାଜିକ କର୍ମୀ ବିଜୁ ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ନାୟକ ତାଙ୍କ ଉଦବୋଧନରେ ବିଭିନ୍ନ ପୁରାଣ ଓ ବୈଜ୍ଞାନିକ ଉଦାହରଣ ଦେଇ ପ୍ରକୃତି ଓ ଜୀବଜଗତ ଭିତରେ ଭାରସାମ୍ୟ ରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ଗଣ ସବୁଜ ଶପଥ ଗ୍ରହଣ କରିଥିବା ବେଳେ ପ୍ରାରମ୍ଭରେ ସହକାରୀ ଶିକ୍ଷକ ଗୋପାଳ ନାଥ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସଂସ୍କୃତ ଶିକ୍ଷକ ଭିଷ୍ମଦେବ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ରାହୁଲ ମିର୍ଦ୍ଧା, ଶ୍ରୀତମ ମହାନନ୍ଦ, ଭିଶ୍ମିତ ନାୟକ ଓ ସୋନାଲି ରାଜହଂସ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ