Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାସିମାଲ ରାସ୍ତାରେ ବଡ଼ ବଡ଼ ଶୁଖିଲା ଗଛ, ବିପଦରେ ଅଞ୍ଚଳର ଯାତ୍ରୀ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ଠାରୁ ଫାସିମାଲ ରାସ୍ତାର ଦୂରତା ୧୪ କିଲୋମିର ରହିଛି। ଏହି ରାସ୍ତା ଉପରେ ଜମନକିରା ସମେତ ବଡ଼ରମା, ଟିକିବା, କସଡା, ଫାସିମାଳ, କେନାଢ଼ିପା, ମହଦା, ଡିମିରୀମୁଣ୍ଡା ଆଦି ପଞ୍ଚାୟତ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ତେବେ କିଛି ବର୍ଷ ହେବ ଏହି ରାସ୍ତାରେ ଥିବା ପ୍ରାୟ ୧୫/୧୬ ଟି ବଡ଼ ବଡ଼ ଗଛ ଶୁଖି ଯାଇଥିବାରୁ ଯାତାୟାତ କରୁଥିବା ଲୋକଙ୍କ ପ୍ରତି ବିପଦ ଥିବା ନେଇ ଅଞ୍ଚଳବାସୀ ଆଶଙ୍କା ପ୍ରକଟ କରିଛନ୍ତି। ଏହି ରାସ୍ତାରେ ବନ ବିଭାଗର ୨ଟି ସେକ୍ସନ ରହିଛି। ଗୋଟିଏ ସେକ୍ସନ ଅଧୀନରେ ପ୍ରାୟ ୫ ରୁ ୬ କିଲୋମିଟର ଥିବା ବେଳେ ଏହି ରାସ୍ତାରେ ୫ ଟି ବଡ଼ ବଡ ଶୁଖିଲା ଗଛ ରହିଛି। ସେହିପରି ଅନ୍ୟ ସେକ୍ସନ ଅଧୀନରେ ୭ ରୁ ୮ କିଲୋମିଟର ରାସ୍ତା ରହିଥିବା ବେଳେ ଏହି ରାସ୍ତା କଡ଼ରେ ୮ ରୁ ୯ ଟି ବଡ ବଡ ଶୁଖିଲା ଗଛ ରହିଛି। ଏହିସବୁ ଶୁଖିଲା ଗଛ ଗୁଡ଼ିକୁ ବନ ବିଭାଗ ଏବଂ ସଂପୃକ୍ତ ଗ୍ରାମ ଉନ୍ନୟନ ରାସ୍ତା ସଂସ୍ଥା ମିଳିତ ଭାବେ ଯାଞ୍ଚ କରି କାଟି ଦେବା କଥା। ମାତ୍ର ବର୍ଷ ବର୍ଷ ଧରି ସମୟ ଗଡି ଚାଲିଥିଲେ ସୁଦ୍ଧା କିଛି ପ୍ରତିକାର କରାଯାଉ ନାହିଁ। ତେବେ ଆଗାମୀ ବର୍ଷା ଋତୁ ମଧ୍ୟରେ ଗଛ କଟା ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ଏସଂକ୍ରାନ୍ତରେ ଉଭୟ ଫରେଷ୍ଟର ସୁନିତା ନାୟକ ଏବଂ ହେମନ୍ତ ମିଶ୍ରଙ୍କ ସହ ଯୋଗାଯୋଗ କରି ପଚାରିବାରୁ ସମ୍ପୃକ୍ତ ଗ୍ରାମ ଉନ୍ନୟନ ସଂସ୍ଥା ଅଧିକାରୀ ଏବଂ ବନ ବିଭାଗର ମିଳିତ ଯାଞ୍ଚ ପରେ ନିୟମ ଅନୁଯାୟୀ ଗଛ କଟା ଯିବ ବୋଲି କହିଥିଲେ। ସେହିପରି ଗ୍ରାମ ଉନ୍ନୟନ ସଂସ୍ଥା ନିର୍ବାହୀଯନ୍ତ୍ରୀ ବିଶ୍ଵନାଥ ମାରାଣ୍ଡିଙ୍କୁ ଯୋଗାଯୋଗ କରି ପଚାରିବାରୁ ବନ ବିଭାଗର ନିୟମ ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ