Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରାଚୁଆଁ କନିଷ୍ଠ କଲେଜରେ ବନମହୋତ୍ସବ: ଲାଗିଲା ଦୁଇ ସହ ଚାରା

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜରେ ଆଜି ସୋମବାର ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀଙ୍କ ସଭାପତିତ୍ବରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ତିନି ଥର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣର ମହତ୍ବ ବିଷୟରେ ମତବ୍ୟକ୍ତ କରିଥିଲେ। କଲେଜର ଅଧ୍ୟକ୍ଷ ଶ୍ରୀ ତିୱାରୀ ପ୍ରକୃତି ବନ୍ଧୁ ପାଇଥିବା ଶ୍ରୀ ନାଏକଙ୍କୁ ଉତ୍ତରୀ ଓ ଉପଢୋକନ ଦେଇ ସମର୍ଦ୍ଧନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଗଗନ ଶର୍ମା, ଅବସରପ୍ରାପ୍ତ ଉଦ୍ୟାନ ଅଧିକାରୀ ରବିନ୍ଦ୍ର ଦାଶ, ସମାଜସେବୀ ରଜନୀ ପଟେଲ, ପରିଚାଳନା ସମିତିର ପୂର୍ବତନ ସଭ୍ୟ ରାଜେନ୍ଦ୍ର ମହାପାତ୍ର, ଯୁବ ସମାଜସେବୀ ବିଜୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସମସ୍ତେ ଗଛ ଲଗାଇବା ପାଇଁ ଆହ୍ବାନ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିଗଣ, ଅଧ୍ୟାପକ ସତ୍ୟନାରାରଣ ପଟେଳ, ଅଧ୍ୟାପିକା ଭାବନା ପାଣ୍ଡେ, ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ, ଅଧ୍ୟାପକ ସୁଧୀର କୁମାର ନାଏକ, କୁଟୁରାଚୁଆଁ ନୋଡାଳ ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀ ପଙ୍କଜିନୀ ନାଏକ, କଲ୍ୟାଣୀ ନାଏକ, ସୁପ୍ରିୟା ନାଏକ, ନେହେରୁ ଯୁବ କେନ୍ଦ୍ରର ସ୍ବେଛାସେବୀ ମୋନିକା ବେଗ, ରାଜେଶ୍ବରୀ କିଶାନ ଓ କଲେଜର ସମସ୍ତ ଛାତ୍ରଛାତ୍ରୀ ମିଶି ୨୦୦ ଟି ଚାରା କଲେଜ ପରିସରରେ ଲଗାଇଥିଲେ। ଶେଷରେ କଲେଜର ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ