ପଲିଥିନ ମୁକ୍ତ ସମ୍ବଲପୁର ମହାନଗର ନିଗମ l ହୀରାକୁଦ ସହର ବଜ଼ାର ରେ ମଧୁ ବାବୁ ମୂର୍ତ୍ତି ତଳେ ପଲିଥିନ ର ପାହାଡ ଗଦା l


ସମ୍ବଲପୁର ମହା ନଗର ନିଗମ ପଲିଥିନ ମୁକ୍ତ ପାଇଁ ପ୍ରୟାସ ଜାରି ରଖି ଥିବା ବେଳେ, ଏଥି ପାଇଁ ରାଜ୍ୟ ସ୍ତରରେ ନିୟମ ରହି ଥିବା ସତ୍ୟେ, ପଲିଥିନ ବ୍ୟବହାର କାହିଁକି କମ ଵା ବନ୍ଦ ହୋଇପାରୁନି ତାହା ଚିନ୍ତା ର କାରଣ ହୋଇଗଲାଣି l ମଝିରେ ମଝିରେ ନାମକୁ ମାତ୍ର ଧରପଗଡ, ଆର୍ଥିକ ଦଣ୍ଡ କୌଣସି କାମ କୁ ଆସି ପାରୁନାହଁ l ଏଥିପାଇଁ କତୃପକ୍ଷ ଙ୍କ ଆନ୍ତରିକତା ର ଅଭାବ ରହିଛି lନଗରନିଗମ ଉପର ଥାଉରା ଭାବେ ବାଛ ବିଚାର କରି କାମ କରୁ ଥିବା ରୂ ଏ ଅବସ୍ଥା ଉପୁଜୁଛି l ପ୍ରତି ରବିବାର ରେ ହୀରାକୁଦ ସହର ରେ ବଜ଼ାର ବସେ l ସେଦିନ ପଲିଥିନ ର ବଜ଼ାର ବସେ , ମାଂସ ଵାଲା, ଚିକେନେ ଵାଲା, ମିକଚର ଵାଲା, ପରିବା ଵାଲା କେଜି କେଜି ପଲିଥିନ ବ୍ୟବହାର. କରି ବଜ଼ାର କୂ, ନାଳୀ ଗଳି ପୋତି ପକାଇ ଥାନ୍ତି l ଅନ୍ୟ ପକ୍ଷ ରେ ନାଳୀ ଉପରେ ଜବର ଦଖଲ ସମ୍ୟାସl ବର୍ଷା ଦିନ ରେ ଟିକେ, ଟିକେ ବର୍ଷା ବଜ଼ାର କୁ ବୁଡ଼ାଇ ଦେଉଛି l ବଜ଼ାର ଦୁଇ କଡରେ ନାଳୀ ନାମକୁ ମାତ୍ର ସଫା କରା ଯାଇ ଠିକାଦାର କୁ ଲକ୍ଷ୍ୟ ଲକ୍ଷ ଟଙ୍କା ଗଣlଯାଉଛି l ମlଳିପଡ଼ା, ନୂଆ ବଜ଼ାର, NAC office ମଧ୍ୟରେ ଜବର ଦଖଲ ଯୋଗୁଁ ସାମାନ୍ୟ ବର୍ଷା ରେ ହୀରାକୁଦ ବଜ଼ାର ବୁଡି ରହି ନାହିଁ ନଥିବା ଅସୁବିଧା ସୃଷ୍ଟି କରୁଛି l ଆନ୍ତରିକତା ର ସହ ନଗର ନିଗମ କାମ କରୁ ନାହାନ୍ତି, ଏଣୁ ସମସ୍ୟା କମିବା ର ନାମ ନେଉନାହିଁ l