Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଦଘାଟନ ପୁର୍ବରୁ ଛାତରୁ ଗଳୁଛି ପାଣି,ରାଜଘାଟର ସ୍ଥାୟିତ୍ୱ ନେଇ ସନ୍ଦେହ !

ସମ୍ବଲପୁର:ସମ୍ବଲପୁର ସହର ର ମାଁ ପାଟଣେଶ୍ୱରୀ ଦେବୀ ଓ ମାଁ ସମଲେଶ୍ୱରୀ ଦେବୀ ଙ୍କର ପାର୍ଶ୍ୱରେ ତଥା ମହାନଦୀ ତଟରେ ଅନେକ ବର୍ଷ ହେଲା ନିର୍ମିତ ଶବଦାହ ରାଜଘାଟ ବହୁ ବ୍ୟୟ ଅଟକଳ ରେ ଚାଲିଥିବା ସମଲେଶ୍ୱରୀ ଯୋଜନା ହେଉଥିବା କାରଣ ରୁ ରାଜଘାଟ କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା ହେଲା।ପରବର୍ତ୍ତୀ ଅବସ୍ଥାରେ ଗୁଡ଼େଶ୍ୱର ମହାଦେବ ମନ୍ଦିର, ମହାନଦୀ ମନ୍ଦଲିଆ ମୁହାଣ ରେ ନୂତନ ରାଜଘାଟ ନିର୍ମାଣ ର ନିଷ୍ପତ୍ତି ନେଲା ଜିଲ୍ଲା ପ୍ରଶାସନ l ଏହି ନୂତନ ଭାବେ କୋଟିକୋଟି ଟଙ୍କା ଅର୍ଥ ବ୍ୟୟ ରେ ନିର୍ମିତ ହେଉଥିବା ରାଜଘାଟ ର ବିସ୍ତାରିତ ରୂପ ରେ ସହରବାସୀ ଆଶାବାଦୀ ହେଇଥିଲେ l ଏକାଥରକେ ୪୦ ରୁ ଉର୍ଦ୍ଧ ଶବ ଦାହ ର ବ୍ୟବସ୍ଥା, ଗାଧୋଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପ୍ରତୀକ୍ଷାଳୟର ସୁବ୍ୟବସ୍ଥା,ସୁନ୍ଦର ଉଦ୍ୟାନ, ମହାନଦୀ ମୁଖ୍ୟ ଧାର କୁ ରାସ୍ତା ହେଉଥିବା ଦୃଷ୍ଟି ରୁ ସମ୍ବଲପୁର ସହରବାସୀ ଖୁସି ଅଛନ୍ତି l
ହେଲେ ଦୁର୍ଭାଗ୍ୟ ର ବିଷୟ ଏହି ଯେ ଏହି ରାଜଘାଟର ଉଦଘାଟନ ପୂର୍ବରୁ ଛାତ ରେ ଫାଟ ସୃଷ୍ଟି ହେବାର ଆରମ୍ଭ ହେଲାଣି। କେବଳ ସେତିକି ନୁହେଁ ମୌସୁମୀ ର ପ୍ରଥମ ବର୍ଷା ରେ ନୂତନ ନିର୍ମିତ ଛାତ ରୁ ପାଣି ଗଳିଲାଣି l ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବିଜେପି ର ବରିଷ୍ଠ ନେତୃବର୍ଗ ସୂର୍ଯ୍ୟ ପାଣିଗ୍ରାହୀ(ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ), ସରୋଜ ସାହୁ( ପୂର୍ବତନ ଜିଲ୍ଲା ପଛୁଆ ବର୍ଗ ସଭାପତି ) ଓ ମୁକେଶ ଜରିୱାଲ( ପୂର୍ବତନ ଜିଲ୍ଲା କୋଷଧ୍ୟକ୍ଷ) ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି l ନେତୃବର୍ଗ ଉଲ୍ଲେଖ କରିଛନ୍ତି ଯେ, ଯଦି ଏହି ରାଜଘାଟ ପ୍ରକଳ୍ପ ଉଦଘାଟନ ପୂର୍ବରୁ ଛାତରୁ ପାଣି ଝରିବା ଆରମ୍ଭ ହେଲାଣି ଓ ଏହାକୁ ରୋକିବା ପାଇଁ ଟ୍ରିଟମେଣ୍ଟ ଆରମ୍ଭ ହେଲାଣି,ତାହେଲେ ଏହି ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ କେତେ ନିମ୍ନ ମାନର ହୋଇନଥିବ ? ତେଣୁ, ଏହି ପ୍ରକଳ୍ପ ର ନିର୍ମାଣ ଦାୟିତ୍ୱ ରେ ଥିବା ବିଭାଗ, ବିଭାଗୀୟ ଅଧିକାରୀ ଓ ଠିକା କମ୍ପାନୀକୁ ଏହାର ସ୍ଥାୟିତ୍ୱ ଉପରେ ତାଗିଦ୍ କରିବା ସହିତ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ନେତୃବର୍ଗ ଦାବୀ ଜଣାଇଛନ୍ତି l
ନେତୃବର୍ଗ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଏଡ଼େ ବଡ଼ ପ୍ରକଳ୍ପ ନିର୍ମାଣ ହେଉଥିବା ଦୃଷ୍ଟି ରୁ ଜିଲ୍ଲା ପ୍ରଶାସନ ତଥା ମହାନଗର ନିଗମ କର୍ତୃପକ୍ଷ ନିଶ୍ଚିତ ଭାବରେ ତଦାରଖ ପାଇଁ ଯାଉଥିବେ l ସେମାନେ ସବୁ ଜାଣିଶୁଣି ପ୍ରକଳ୍ପ ର ନିର୍ମାଣ ରେ ଏତେବଡ ତ୍ରୁଟି ଦେଖି ଚୁପ କାହିଁକି ବୋଲି ମଧ୍ୟ୍ୟ ନେତୃବର୍ଗ ପ୍ରଶ୍ନ କରିଛନ୍ତି l
ଏହି ପ୍ରକଳ୍ପ ର ନିର୍ମାଣ ଦାୟିତ୍ୱ ରେ ଥିବା ଠିକା କମ୍ପାନୀକୁ କଳା ତାଲିକାଭୁକ୍ତ କରାଯାଉ ଓ ଉଚ୍ଚସ୍ତରୀୟ ଦଦନ୍ତ କରିବାକୁ ବିଜେପି ନେତୃବର୍ଗ ଦାବୀ ଜଣାଇଛନ୍ତି l