Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରକ୍ତ ଅଭାବରୁ ଚିକିତ୍ସାଳୟ ପରିବର୍ତ୍ତନ

ସମ୍ବଲପୁର:ରକ୍ତ ପାଇଁ ଅନ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡିଛି ଜଣେ ରୋଗୀଙ୍କୁ। ଏଭଳି ଏକ ଖବର ନଜରକୁ ଆସିଛି ଦେବଗଡରୁ ସମ୍ବଲପୁର।ଦେବଗଡର ଜଣେ ରୋଗୀ ଙ୍କୁ ଏବି ନେଗେଟିଭ(AB negative) ରକ୍ତ ଆବଶ୍ୟକ ହେଲା ସେ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଏହି ରକ୍ତ ନପାଇବାରୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଲେ।ଖବର ପାଇ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନାରେ କାର୍ଯ୍ୟରତ ଜଣେ ନିୟମିତ ରକ୍ତଦାତା ପ୍ରଭାସ ଦାସ ଆସି ଆଜି ତାଙ୍କୁ ରକ୍ତଦାନ କରି ନିଜର ମହାନୁଭବତା ଦେଖାଇଛନ୍ତି ।ରକ୍ତର ଅଭାବ ପାଇଁ ରୋଗୀଙ୍କୁ ଚିଲିତ୍ସାଳୟ ପରିବର୍ତ୍ତନ କରିବାକୁ ପଡୁଥିବା ଏକ ଦୁଃଖଦାୟକ ଖବର ନଜରକୁ ଆସିବାପରେ ଦେବଗଡ ଜିଲ୍ଲାରେ ରକ୍ତପାଇଁ ସଚେତନତାର ଅଭାବ ପରିଲକ୍ଷିତ ହୋଇଛି । ତେଣୁ ଦେବଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ କିଭଳି ରକ୍ତ ମହଜୁଦ ରହି ପାରିବ ଅବା ଜରୁରୀ ସମୟରେ ବିରଳ ରକ୍ତ ପାଇଁ ରକ୍ତଦାତାଙ୍କୁ ଚିହ୍ନଟ କରି ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ,ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ,ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହିତ ଜିଲ୍ଲା ରେଡକ୍ରସ ସଂଗଠିତ ଉଦ୍ୟମ ଆରମ୍ଭ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସମୟ କହୁଛି। ଏ ଦିଗରେ ସବୁ ଦିଗରେ ତତ୍ପରତା ପ୍ରକାଶ ଅନୁଭବ କରାଯାଉଛି।