Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୋଡାଲ ହାଇସ୍କୁଲରେ ବିଶ୍ଵ ଜନ ସଂଖ୍ୟା ଦିବସ ପାଳିତ; ଲାଗିଲା ୨୫୦ ବୃକ୍ଷ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ନୋଡାଲ ହାଇସ୍କୁଲରେ ଆଜି ବରିଷ୍ଟ ଶିକ୍ଷକ ଶ୍ୟାମଳ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ବିଶ୍ଵ ଜନ ସଂଖ୍ୟା ଦିବସ ତଥା ବନ ମହୋତ୍ସବ ଉପଲକ୍ଷେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜନ ସଂଖ୍ୟା ହ୍ରାସ ସହ ବୃକ୍ଷ ରୋପଣକୁ ବୃଦ୍ଧି କରି ତାର ଯତ୍ନ ନେବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଭାବରେ କବି ରଜନୀ ପଟେଲ ଯୋଗ ଦେଇ ପ୍ରାକୃତିକ ଭାରସାମ୍ୟ ରକ୍ଷା ଆଧାରିତ ସ୍ବରଚିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ ଖେଳ ଶିକ୍ଷକ ପ୍ରବୀଣ କୁମାର ପଟେଲ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟିତ୍ରୀ କବି ପଙ୍କଜିନୀ ନାୟକ, ରିତେଶ ଷଡ଼ଙ୍ଗୀ, ନେହେରୁ ଯୁବକେନ୍ଦ୍ର ସ୍ବେଚ୍ଛାସେବୀ ସୁଶ୍ରୀ ରଜେଶ୍ୱରି କିସାନ, ଯମୁନା ପୁରୋହିତ, ସୁପ୍ରିୟା ରାଣୀ ନାୟକ, ପିଣ୍ଟୁ ନନ୍ଦୀ, କଲ୍ୟାଣୀ ପଟେଲ ପ୍ରମୁଖ ମଞ୍ଚାସିନ ରହି ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ସଚେତନତା କରିଥିଲେ। ଏହାପରେ ବିଭିନ୍ନ ସ୍ଲୋଗାନ ଦେଇ ପରିକ୍ରମା କରିବା ପରେ ପଙ୍କଜିନି, ରିତେଶ, ପିଣ୍ଟୁ, ସୁଯୋଗ୍ୟ ପଟେଲ, ବିମଳ ପ୍ରଧାନ, ସହିଲ ପଟେଲ, କ୍ରିଷ୍ଣା ପଷାୟତ, ସାହିଲ ସାହୁ, ଇସାକ ବାଘ ପ୍ରମୁଖଙ୍କ ନେତୃତ୍ୱରେ ପ୍ରାୟ ଦେଢ଼ ଶହ ବିଭିନ୍ନ ପ୍ରଜାତିର ଚାରା ରୋପଣ କରି ତାର ଯତ୍ନ ନେବାକୁ ଛାତ୍ରଛାତ୍ରୀଙ୍କୁ ଦାୟିତ୍ଵ ଦେବା ସହ ଶପଥ ପାଠ କରାଯାଇଥିଲା।ପ୍ରଧାନ ଶିକ୍ଷକ ଭବାନିଶଙ୍କର ନାୟକ ଜଣେ ଛାତ୍ରଙ୍କ ଡାକ୍ତରୀ ଚିକିତ୍ସା ପାଇଁ ଉତ୍ସବରେ ରହି ନ ପାରି ଦେଇଥିବା ବାର୍ତ୍ତାକୁ ପାଠ କରାଯିବା ପରେ ସହକାରୀ ଶିକ୍ଷୟିତ୍ରୀ ପଙ୍କଜିନି ନାୟକ କୃତଜ୍ଞତା ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ