Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳରେ ସ୍ୱଚ୍ଛ ଭାରତ ମିଶନ କେତେଦୂର ସଫଳ : ଗୋଷ୍ଠୀ ଶୌଚାଳୟ ଗୁଡିକ କାମରେ ଆସୁନି

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ଜନସାଧାରଣ ହିତ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ପରବର୍ତ୍ତୀ ସମୟରେ ଯୋଜନା ସବୁ କୌଣସି କାର୍ଯ୍ୟରେ ଲାଗୁ ନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜିଲାର ବିିଭିନ୍ନ ପଞ୍ଚାୟତ ମାନଙ୍କରେ। ପ୍ରକାଶଯେ, ଜିଲାର ବିଭିନ୍ନ ପଂଚାୟତ ମାନଙ୍କରେ ନିର୍ମାଣ ହୋଇଛି ଗୋଷ୍ଠୀ ଶୌଚାଳୟ । ଅନେକ ଉଦାହରଣ ମଧ୍ୟରୁ ଖଜୁରୀପଡ଼ା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ୩ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି ।କାରଣ ମଳମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ତେଣୁ କୌଣସି ଜନସାଧାରଣ କିମ୍ବା ରାସ୍ତା ବାଟରେ ଯିବା ଆସିବା କରୁଥିବା ଯାତ୍ରୀ ହେଉ ଅବା ପର୍ୟ୍ୟଟକ ମାନେ ଯେମିତି ଶୌଚ ହେବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେ ଦିଗରେ ଦୃଷ୍ଟି ରଖି ସରକାର ଟଙ୍କା ଖର୍ଚ୍ଚ କରି ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ମାଧ୍ୟମରେ ପ୍ରତେକ ଲୋକଙ୍କୁ ପାଇଖାନା ଦେବା ସହିତ ବିଭିନ୍ନ ଦାର୍ଶନିକ ସ୍ଥାନ ,ଯାତ୍ରୀ ବିଶ୍ରାମ ଗୃହ କିମ୍ବା ପର୍ଯ୍ୟଟନ ସ୍ଥଳୀ ହେଉ ଅବା ପଞ୍ଚାୟତ ଗୁଡ଼ିକର ସଦର ମହକୁମା ଠାରେ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରିଛନ୍ତି। ସେଗୁଡିକ ବ୍ୟବହାର ପରିବର୍ତ୍ତେ ମାସ ମାସ ଧରି ତାଲା ପଡ଼ି ରହିଛି ଏବଂ ସେଗୁଡ଼ିକ ବ୍ୟବହାର କରାଯାଉ ନାହିଁ ।ଯାହା ଦ୍ଵାରା ଲୋକମାନେ ବାହାରେ ଖୋଲା ପଡ଼ିଆରେ ପରିସ୍ରା ଏବଂ ମଳତ୍ୟାଗ କରୁ ଛନ୍ତି ।ବାହାରେ ଅସନା ହେଉଥିବା ଯୋଗୁଁ ପରିବେଶ ପରିଚ୍ଛନ୍ନ ସଫା ସୁତୁରା ରହୁ ନାହିଁ । ଗୋଷ୍ଠୀ ଶୌଚାଳୟ ଗୁଡିକରେ ଉଇ ହୁଙ୍କା ଲାଗିଲାଣି । ଅନ୍ୟ ପକ୍ଷରେ ସରକାର ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ଗାଁ ଠୁ ସହର ସଫା ସୁତୁରା ରଖିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେହି ସପ୍ନକୁ ଦାୟିତ୍ଵ ନେଇଥିବା ଅଧିକାରୀ ମାନେ ଭାଙ୍ଗି ଚୂର୍ ମାର କରି ଦେଉଥିବା ପରିଲକ୍ଷିତ ହେଉଛି। ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ଏହି ଉଦାହାରଣ କେବଳ ଖଜୁରିପଡ଼ା ବ୍ଳକ ନୁହେଁ, କନ୍ଧମାଳ ଜିଲାର ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ମାନଙ୍କରେ ମଧ୍ୟ ଏହି ଏକାସ୍ଥିତି ଦେଖାଯାଇଛି। ନିର୍ମାଣ ହୋଇଛି ସତ କିନ୍ତୁ ସେଗୁଡ଼ିକ କୌଣସି ବ୍ୟବହାର କରାଯାଉନଥିବାର ଦେଖାଯାଇଛି। କେବଳ ନିର୍ମାଣ ପରେ ତାଲାପକାଇ ରଖାଯାଉଥିବା ବେଳେ ଏହି ସବୁ ଜନ ସାଧାରଣଙ୍କ ବ୍ୟବହାର ପାଇଁ ଉନ୍ମୁକ୍ତ କରାଯିବାକୁ ପ୍ରଶାସନ ପଦକ୍ଷେପ ନେବା ପାଇଁ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ