Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଓ ପ୍ରେସ କ୍ଲବ ର ବୃକ୍ଷରୋପଣ କାଯ୍ୟକ୍ରମ

ବେଲଗୁଣ୍ଠା, 14/07, ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ନୂତନ ଗୃହ ପ୍ରତିଷ୍ଠା ଅବସରରେ ଅନୁଷ୍ଠାନ ପରିସରରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଏବଂ ପ୍ରେସକ୍ଲବର ମିଳିତ ଉଦ୍ୟମରେ ବୃକ୍ଷରୋପଣ କରାଯାଇଛି I ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ତଥା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ସଭାପତି ନୀଳମଣି ବିଷୋୟୀ,ବେଲଗୁଣ୍ଠା ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ,ରାଜେଶ୍ ପାତ୍ର
ପଞ୍ଚାନନ ସାହୁ,ସାଇ କେଶରୀୟା ଚାରିଟେବଲ୍ ଟ୍ରଷ୍ଟ ସଭାପତି ଗୋପାଳ ରାଉତ,ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପରିଷଦ ସମ୍ପାଦକ ପ୍ରକାଶ ବିଷୋୟୀ, ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ,ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ,ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ, ସମାଜସେବୀ ପିତାମ୍ବର ପ୍ରଧାନ,ଶରତଚନ୍ଦ୍ର ବିଷୋୟୀ,ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ,ଏଏସ୍ଆଇ ସୁଷମା ବେହେରାଙ୍କ,ମହିଳା ସମାଜସେବୀ ପୁଷ୍ପାଞ୍ଜଳି ବିଷୋୟୀ,ଶୋଭାରାଣୀ ପୃଷ୍ଟି,ସମାଜସେବୀ ନିତ୍ୟାନନ୍ଦ ବିଷୋୟୀ,ବିକ୍ରମ ପାତ୍ର,ନିତ୍ୟାନନ୍ଦ ବିଷୋୟୀ,ରଙ୍କ ବିଷୋୟୀ,ଦିବାକର ବିଷୋୟୀ,ପଦ୍ମ ବିଷୋୟୀଙ୍କ ସମେତ ସମସ୍ତ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ I ଆଜିର କାର୍ଯ୍ୟକ୍ରମରେ ଆମ୍ବ, ନିମ୍ବ, କଦମ୍ବ,ଅଁଳା, ପିଜୁଳି, ଜାମୁକୋଳି, ଲେମ୍ବୁ ଆଦି ପ୍ରଜାତିର ଷାଠିଏଟି ଚାରା ରୋପଣ କରାଯାଇଥିଲା I ସମସ୍ତ ଚାରାର ଦାୟିତ୍ୱ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ କରାଯାଇ ଗଛ ଗୁଡିକର ଯତ୍ନ ନେବାପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା I ପ୍ରକାଶ ଥାଉକି ଚଳିତ ବର୍ଷ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ତରଫରୁ ଏହା ଦ୍ୱିତୀୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଥିଲେ I ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ ଧନ୍ୟବାଦ ଜ୍ଞାପନ କରିଥିଲେ I