Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିହାଲ ସିଂ ପାଇଲେ ରେଡକ୍ରସ ମ୍ୟାରିଡ୍ ସାର୍ଟିଫିକେଟ ଆୱାର୍ଡ

ସମ୍ବଲପୁର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ଅନ୍ୟତମ ଆଗଧାଡିର ଜଣାଶୁଣା ସମାଜସେବୀ ଭାବରେ ପରିଚିତ ନିହାଲ ସିଂ ଙ୍କୁ ରେଡକ୍ରସ ମ୍ୟାରିଡ୍ ସାର୍ଟିଫିକେଟ ଆୱ‌।ଡ଼ ମିଳିଛି । ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଭାରତୀୟ ରେଡ଼କ୍ରସ୍ ସୋସାଇଟିର ବାର୍ଷିକ ସାଧାରଣ ପରିଷଦ ସଭାରେ ସମାଜସେବୀ ନିହାଲ ସିଂ ଙ୍କୁ ଏହି ସମ୍ମାନ ସୂଚକ ୨୦୨୧-୨୦୨୨ ବର୍ଷ ପାଇଁ ରେଡକ୍ରସ ମ୍ୟାରିଡ୍ ସାର୍ଟିଫିକେଟ ଆୱ‌।ଡ଼ ପ୍ରଦାନ କରାଯାଇଛି ।
ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମନଂଦଭିୟାଙ୍କ ଠାରୁ ସମାଜସେବୀ ନିହାଲ ସିଂ ଏହା ଗ୍ରହଣ କରିଥିଲେ। ଏହି ସମ୍ମାନ ପ୍ରଦାନ ସମୟରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଷିଲାଳ ଙ୍କ ସମେତ ୯ ଗୋଟି ରାଜ୍ୟ ର ରାଜ୍ୟପାଳ ଉପସ୍ଥିତ ଥିଲେ ।ଏହି ସମ୍ମାନ ପାଇବା ପରେ ଶ୍ରୀ ସିଂ ତାଙ୍କର ସମ୍ମାନ ଟି ସେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ସବୁ ଅସହାୟ, ନିରିହ ଓ ଗରିବ ରୋଗୀ ଙ୍କ ପାଇଁ କରିଥିବା ନିଃସ୍ୱାର୍ଥପର ସେବା ଓ ରକ୍ତ ଦାନ ପାଇଁ କରିଥିବା କାର୍ଯ୍ୟ ର ଫଳ ବୋଳି କହିଛନ୍ତି । ଏହାସହ ତାଙ୍କୁ ମିଳିଥିବା ଏହି ଆୱ‌।ଡ଼ ତାଙ୍କୁ ଆଗକୁ ଲୋକ ଙ୍କ ପାଇଁ ସେବା କରିବାକୁ ପ୍ରେରଣା ଯୋଗାଇବ ବୋଳି ଶ୍ରୀ ନିହାଲ ସିଂ କହିଛନ୍ତି ।