Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁକୁ ଗାଁ ବୁଲି ଭତ୍ତା ପ୍ରଦାନ କଲେ ସରପଞ୍ଚ ମମତା ଦିଦି

ଜମନକିରା : ବର୍ତ୍ତମାନ ସମୟରେ ଜନପ୍ରତିନିଧି ମାନେ ଭୋଟରେ ଜିତି ପଦ ପଦବୀରେ ଅଳଙ୍କୃତ ହୋଇଗଲା ପରେ ସାଧାରଣ ଲୋକଙ୍କୁ ଅଣଦେଖା କରିଥାନ୍ତି, ପଚାରନ୍ତି ନାହିଁ। ବଡ଼ ବଡ଼ ନେତାଙ୍କ ପଛରେ ଗୋଡ଼ାଇ ସ୍ବାର୍ଥ ସାଧନ କରିଥାନ୍ତି। ମାତ୍ର ଯାହାଦ୍ଵାରା ଭୋଟ ପାଇ ଜିତିଥାନ୍ତି ତାଙ୍କୁ ଭୁଲି ଯାନ୍ତି। କିନ୍ତୁ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିବା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ମମତା ଭେଂଗ୍ରାଙ୍କ ବ୍ୟକ୍ତିତ୍ଵ ଟିକିଏ ନିଆରା। ଜନସାଧାରଣ ପାଇଁ ସେ ସାଜିଛନ୍ତି ଦେବ ଦୂତ। ପ୍ରତ୍ୟେକ ଗାଁକୁ ଗାଁ ଯାଇ ଭତ୍ତା ବଣ୍ଟନ କରୁଛନ୍ତି।
ପ୍ରକାଶ ଥାଉ କି, ଜମନକିରା ଅଞ୍ଚଳ ହେଉଛି, ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ବଣ ପାହାଡ ଘେରା ଅଞ୍ଚଳ। ତା ଭିତରୁ ଟିକିବା ପଂଚାୟତ ଅନ୍ୟତମ। ଏହାର ପଂଚାୟତ କାର୍ଯ୍ୟାଳୟ ଟିକିବା ଗ୍ରାମ ସଦର ମହକୁମାରେ ଥିବା ବେଳେ ପ୍ରତ୍ୟହ ସରପଞ୍ଚ ନିଜ ଘରୁ ୨ ରୁ ୩ କିଲୋମିଟର ଅତିକ୍ରମ କରି ପଞ୍ଚାୟତ କାର୍ଯ୍ୟାଳୟ କୁ ପହଞ୍ଚି ଥାଆନ୍ତି। ପୁଣି କାର୍ଯ୍ୟାଳୟରୁ ୭ ରୁ ୮ କିଲୋମିଟର ପରିଧି ମଧ୍ୟରେ ଥିବା ହିତାଧିକାରୀ ମାନଙ୍କ ପଘକୁ ଅଗମ୍ୟ ଅଞ୍ଚଳ ଅତିକ୍ରମ କରି ଲୋକଙ୍କ ଅସୁବିଧା ବୁଝି ଥାଆନ୍ତି। ଘଂଚ ଜଙ୍ଗଲ ପାହାଡିଆ ରାସ୍ତା ଅତିକ୍ରମ କରି ଭତ୍ତା ନେବା ପାଇଁ ଅସମର୍ଥ ଥିବା ବୁଢ଼ା ବୁଢ଼ୀ ମାନଙ୍କ ପାଖକୁ ଯାଇ ଭତ୍ତା ବାଣ୍ଟିଛନ୍ତି। ହିତାଧିକାରୀ ମାନେ ବହୁ ଦୂରରେ ଅବସ୍ଥିତ ଥିବା ଯୋଗୁଁ କାର୍ଯ୍ୟାଳୟକୁ ଯିବାପାଇଁ ନାହିଁ ନ ଥିବା ଅସୁବିଧାର ସମ୍ବୁଖୀନ ହେଉଥିବା ଜାଣି ଆଜି ସରପଞ୍ଚ ନିଜେ ଗାଁକୁ ଗାଁ ଯାଇ ଭତ୍ତା ବଣ୍ଟନ କରିଛନ୍ତି। ତାଙ୍କରି ଏଭଳି କାର୍ଯ୍ୟ ପାଇଁ ହିତାଧିକାରୀ ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ସରପଞ୍ଚ ଶ୍ରୀମତୀ ଭେଙ୍ଗ୍ରାଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ