Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାହିତ୍ୟ ଘରର ସ୍ଵତନ୍ତ୍ର ଅଧିବେଶନ,ପ୍ରକୃତିର ସୁରକ୍ଷାରେ ବୃକ୍ଷ ରୋପଣର ଯୋଗଦାନ ଉପରେ ଆଲୋଚନା ସହ ସମ୍ବର୍ଦ୍ଧନା

ଜମନକିରା : ସମ୍ବାଦ ସାହିତ୍ୟ ଘର , କେଶାଇବାହାଲ ଶାଖାର ଏକ ସ୍ବତନ୍ତ୍ର ଅଧିବେଶନ ଉପଦେଷ୍ଟା ପଣ୍ଡିତ ଅଲେଖ କୁମାର ପତିଙ୍କ ସଭାପତିତ୍ବରେ ମହାବୀର କ୍ଳବ୍ ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ପ୍ରକୃତିର ସୁରକ୍ଷା ପାଇଁ ବୃକ୍ଷ ରୋପଣ ଓ ତାର ସୁରକ୍ଷାକୁ ଗଣ ଆନ୍ଦୋଳନର ରୂପ ଦେବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ଦିଲ୍ଲୀପ କୁମାର ରାୟ ଅନ୍ୟମାନଙ୍କ ସହ ମିଶି ମୁଖ୍ୟଅତିଥି ଶ୍ରୀ ନାୟକ ତୃତୀୟ ଥର ପାଇଁ ପ୍ରକୃତି ବନ୍ଧୁ ପାଇ ଥିବାରୁ ସମ୍ବର୍ଦ୍ଧନା ଜଣାଇବା ସହ ପ୍ରକୃତି ସୁରକ୍ଷା ଦିଗରେ ତାଙ୍କର ଅବଦାନକୁ ଭୂୟିୟସି ପ୍ରଶଂସା କରିଥିଲେ। ଅନ୍ୟତମ ପ୍ରକୃତି ବନ୍ଧୁ ଅବସର ପ୍ରାପ୍ତ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର କୁମାର ଦାସ, ଶ୍ରୀ ନାୟକଙ୍କ ପାଇଁ କୁଚିଣ୍ଡା ଅଞ୍ଚଳ ଗର୍ବିତ ଓ ଆମେ ମାନେ ତାଙ୍କ ନିର୍ଦ୍ଦେଶ ରେ ବୃକ୍ଷ ରୋପଣ କୁ ଗଣ ଆନ୍ଦୋଳନ ର ରୂପ ଦେବାକୁ ଉଦ୍ୟମ ରତ ବୋଲି କହି ଥିଲେ ।ଅନ୍ୟତମ ସମ୍ମାନିତ ଅତିଥି ସାମାଜିକ କର୍ମୀ ରବୀନ୍ଦ୍ର ପଟେଲ, ଉଦୟ ଚନ୍ଦ୍ର ଦ୍ବିବେଦୀ , ପୂର୍ବତନ ସମିତି ସଭ୍ୟ ପଦ୍ମ ଲୋଚନ ଗୁରୁ ପ୍ରମୁଖ ପ୍ରକୃତି ସୁରକ୍ଷା ରେ ବୃକ୍ଷ ରୋପଣ ର ଆବଶ୍ୟକତା ସମ୍ପର୍କରେ ତଥ୍ୟ ମୂଳକ ଆଲୋଚନା କରିଥିଲେ ।ପ୍ରାରମ୍ଭରେ ବର୍ଷୀୟାନ କବୀ ନିରୁପମା ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅତିଥି ଗଣ ପ୍ରକୃତି ବନ୍ଧୁ ଶ୍ରୀ ନାୟକ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ ।ଏହା ପରେ ସଭାପତି ତୁଳସୀ ମଞ୍ଜରୀ ବହିଦାର,ଶାନ୍ତିଲତା ରାୟ ,ମିନା ପୂଜାରୀ, ବୀଣାପାଣି ନାୟକ, ମିନାକ୍ଷୀ ଦ୍ବିବେଦୀ,ସୁଜ୍ଞାନୀ ନାୟକ ପ୍ରମୁଖ ଙ୍କ ନେତୃତ୍ୱରେ ବନଦୁର୍ଗା ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ। ଶେଷରେ ସାହିତ୍ୟ ଘର ସଂଯୋଜକ ଧନ୍ୟବାଦ୍ ଅର୍ପଣ କରିଥଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ