Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର:ମାନବ ସେବା ହିଁ ସର୍ବଶ୍ରେଷ୍ଟ ସେବା

ତା.୨୩.୭.୨୩ ଦିନ ସମ୍ବଲପୁର ପବ୍ଲିକ ଲାଇବ୍ରେରି ଠାରେ ରାଷ୍ଟ୍ରଗଠନ ରେ ଯୁବ ପ୍ରସ୍ତୁତି ଧାରାବାହିକ ପ୍ରଶିକ୍ଷଣ ଶିବିରର ସପ୍ତଦଶ ସପ୍ତାହର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମା ଵାଗଦେବୀଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ,ଆଜି ର ପ୍ରଶିକ୍ଷିକା ଶିକ୍ଷାବିଦ ଡକ୍ଟର ନିରୂପମା ବଡ଼ପଣ୍ଡା,ଏହି ପର୍ଯ୍ୟାୟରେ ମହାପୁରୁଷ ଙ୍କ ଜୀବନୀ ଉପରେ ସମାଜସେବୀ ମଦର ଟେରେସାଙ୍କ ବିଷୟରେ ଆଲୋଚନା ଆରମ୍ଭ କରି ତାଙ୍କ ଜୀବନରେ ଆସିଥିବା ବିଭିନ୍ନ ଘଟଣାବଳୀକୁ ଆଧାର କରି ବିଭିନ୍ନ ଘଟଣା ସହ ତାଙ୍କ ଆଦର୍ଶରେ ପ୍ରେରିତ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ ମାନବ ସେବାହିଁ ମାଧବ ସେବା ବୋଲି କହିଥିଲେ। ଦ୍ବିତୀୟ ଅଧିବେଶନ ରେ ଶ୍ରୀ ପୃଥିବୀରାଜ ମିଶ୍ର, ବ୍ୟକ୍ତିତ୍ୱ ବିକାଶ ଓ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ପିଲାମାନେ ନିଜ ନିଜର ବ୍ୟକ୍ତିତ୍ୱ ବିକାଶ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ରାଜେନ୍ଦ୍ର ପଣ୍ଡା ସମଗ୍ର ବ୍ୟବସ୍ଥାକୁ ପରିଚାଳନା କରିଥିବା ବେଳେ ,ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ର ସଭାପତି ପ୍ରୋ.ଆଦିତ୍ୟ ପ୍ରସାଦ ପାଢ଼ୀ,ପ୍ରୋ.ମୁରଲୀଧର ପ୍ରେମନାଥନାୟକ,ସାମ୍ବାଦିକଅର୍ଜୁନରଞ୍ଜନ ପଣ୍ଡା,ପ୍ରଦୀପ ପଣ୍ଡା, ପ୍ରୋ.ରବିନାରାୟଣ ମିଶ୍ର ,ଡାକ୍ତର ଜୟଦେବ ମେହେର, , ,ସମ୍ପାଦକ ଶ୍ରୀ ରଘୁନାଥ ମିଶ୍ର,ପ୍ରୋ ଶଙ୍କର ପ୍ରସାଦ ପତି, ଶିକ୍ଷାବିଦ ସଚିନ୍ଦ୍ର କୁମାର ମିଶ୍ର,ଉଦିତ ଚନ୍ଦ୍ର ପାଟଯୋଶୀ ମୁକ୍ତକଣ୍ଠ ପ୍ରଧାନ,ଜିତେନ୍ଦ୍ର ପ୍ରଧାନ, ବିଭୂତି ନାଥ ମାଝୀ ଓ ଗୋଳକ ବିହାରୀ ମିଶ୍ର , ପ୍ରମୁଖ ଉପସ୍ଥିତ ଥିଲେ।ଶ୍ରୀ ଅଭିନଂଦନ ତ୍ରିପାଠୀ କାର୍ଯ୍ୟକ୍ରମ କୁ ଅଭାଷୀ ପ୍ରସାରଣ ପାଇଁ ବୈଷୟିକ ସାହାଯ୍ୟ ଯୋଗାଇଥିଲେ। ୧୫ ଟି ହାଇସ୍କୁଲ ରୁ ୨୭ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।ଶେଷର ଧନ୍ୟବାଦ ଓ ଜାତୀୟ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ