Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନ୍ଦୁପତ୍ର ବୋଝେଇ ପିକଅପ୍ ଜବତ ; 4 ଯୁବକ ଗିରଫ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ପିପଲକଟା ଗ୍ରାମରେ ବନବିଭାଗ ଚଢ଼ାଉ କରି କେନ୍ଦୁପତ୍ର ବୋଝେଇ ପିକଅପ ଗାଡ଼ି ଜବତ କରିଛି । ଉଲୁଣ୍ଡା ଥାନା ଅନ୍ତର୍ଗତ ପିପଲକଟା ଗ୍ରାମରେ ବେଆଇନ ଭାବରେ କେନ୍ଦୁପତ୍ର ଚୋରା ଚାଳାଣ ହେଉଥିବା ଖବର ବନବିଭାଗ ପାଇଥିଲା । ଫଳରେ ବନବିଭାଗ ଚଢ଼ାଉ କରି କେନ୍ଦୁପତ୍ର ବୋଝେଇ ପିକଅପ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି । ସୁବର୍ଣ୍ଣପୁର ଡିଏଫଓ ଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ ଏକ ଟିମ ଗଠନ କରି ରେଞ୍ଜର ସଂଜୀବ ରାଉତଙ୍କ ନେତୃତ୍ୱରେ ଉକ୍ତ ଗ୍ରାମରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରୁ କେନ୍ଦୁପତ୍ର ବୋଝେଇ ପିକଅପ ସମେତ ଚାରି ଅଭିଯୁକ୍ତ ସମ୍ବଲପୁରର ସୈୟତ ଜାହିର , ସାଏଦ ମୁଖତାର ଅହମଦ , ସାହାଯାହା ଖାନ ଏବଂ କ୍ଷେତରାଜପୁରର ସୁଦାମା ପ୍ରସାଦ ଯାଦବଙ୍କୁ ଗିରଫ କରିଥିଲେ । ଏଥି ସହିତ କେନ୍ଦୁପତ୍ର ଗାଡିକୁ ସୁରକ୍ଷା ଦେବାକୁ ଆସୁଥିବା ଗୋଟିଏ ବୋଲେରୋ ଗାଡ଼ି , ଗୋଟିଏ କାର ଏବଂ ଗୋଟିଏ ବାଇକକୁ ମଧ୍ୟ ଜବତ କରିବାରେ ସଫଳ ହୋଇଛି ଉଲୁଣ୍ଡା ବନ ବିଭାଗ ।