Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସର୍ଟର ତାଡ଼ି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

ଜମନକିରା : ଜମନକିରା ଥାନା ସଦର ମହକୁମା ମୁଖ୍ୟଛକ ସ୍ଥିତ ହାପୀ ମୋବାଇଲ ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ମାନେ ସର୍ଟର ତାଡ଼ି ୬ଟି ଆନରଏଡ୍ ଫୋନ ଏବଂ ବହୁ ମୋବାଇଲ ଉପସାଧନ ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି।
ସୂଚନା ଅନଯାଇ, ଗତକାଲି ହାପି ମୋବାଇଲ ଦୋକାନର ମାଲିକ ଯସରାଜ ସାହୁ ସବୁଦିନ ଭଳି ରାତ୍ର ୯ଟାରେ ଦୋକାନ ବନ୍ଦ କରି ଘରକୁ ଚାଲି ଆସିଥିଲେ। ଆଜି ସକାଳେ ଦୋକାନ ଖୋଲିବା ବେଳେ ଦୋକାନ ସର୍ଟର ତଡା ଯାଇଥିବା ଜାଣି ପାରିଥିଲେ। ପରେ ପୋଲିସ କୁ ସୂଚନା ଦେଇଥିଲେ। ପୋଲିସ ଉପସ୍ଥିତିରେ ଦୋକାନ ଖୋଲିବା ପରେ ୬ଟି ଆଣ୍ଡରଏଡ ମୋବାଇଲ ଏବଂ ମୋବାଇଲରେ ବ୍ୟବହୃତ ହେଉଥିବା ବହୁ ଉପସାଧନ ସାମଗ୍ରୀ ଚୋରି ହୋଇଥିବା ଦେଖିଥିଲେ। ଯାହାର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ମାଲିକ ଆକଳନ କରନ୍ତି। ଏନେଇ ମାଲିକ ଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଖୁବ ଶୀଘ୍ର ଅଭିଯୁକ୍ତ ମାନେ ଧରା ପଡ଼ିଯିବେ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି।