Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୭ ତାରିଖ ରୁ କଳାବ୍ୟାଚ,୧୭ ରୁ ସମୁହ ଛୁଟି ରେ ଯିବେ ପିଇଓ।

କୋକସରା:୦୬/୦୮ କଳାହାଣ୍ଡି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ପଦୋନ୍ନତି ଓ ଦରମା ବୃଦ୍ଧି ଦାବି ରେ ଆସନ୍ତା ୭ ରୁ କଳାବ୍ୟାଚ ଓ ୧୭ ରୁ ସମୁହ ଛୁଟି ରେ ରହି ଅସହଯୋଗ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଦାବି ମଧ୍ୟରେ ପିଇଓ ନିଯୁକ୍ତି ରେ ଶିକ୍ଷା ଗତ ଯୋଗ୍ୟତା କୁ ଯୁକ୍ତ ଦୁଇ ରୁ ଯୁକ୍ତ ତିନି ବାଧ୍ୟତାମୂଳକ, ଗ୍ରେଡ ପେ ଲେବଲ ୫ ରେ ୨୧,୭୦୦ ଟଙ୍କା ଦରମା ରହିଛି ତାକୁ ଗ୍ରେଡ ୯ କୁ ବର୍ଦ୍ଧିତ କରି ୩୫,୪୦୦ ଦରମା ବୃଦ୍ଧି, ପିଇଓ ପଦବୀ ରେ ୧୦ ବର୍ଷ ରୁ ଉର୍ଦ୍ଧ ଚାକିରୀ ପରେ ଜିପିଇଓ ପଦୋନ୍ନତି ଭଳି ଦାବି ପ୍ରମୁଖ ରହିଛି। ଏନେଇ ଶୁକ୍ରବାର କୋକସରା ବ୍ଲକ ପିଇଓ ସଙ୍ଘ ପକ୍ଷରୁ ସଭାପତି ବିରଞ୍ଚି ଖରସେଲ ଙ୍କ ନେତୃତ୍ୱରେ ପିଇଓ ଭବିଷ୍ୟ।ପଟେଲ, ରୋହିତ ଠାକୁର,ଗୌତମ ନାଗ,ରାଜେନ୍ଦ୍ର ସୋରି, ଗିରିଶ ନାଏକ, ଦୁଷ୍ମନ୍ତ ସୁନାନୀ,ପ୍ରମୁଖ ଉପସ୍ଥିତ ରହି ବିଡ଼ିଓ ଙ୍କ ଅନୁପସ୍ଥିତ କାରଣରୁ ମୁଖ୍ୟ କିରାଣି ଅଚ୍ୟୁତାନନ୍ଦ ନାଗ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି।