Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢୁଛି ହୀରାକୁଦର ଜଳସ୍ତର, ଏବେ ୨୦ ଗେଟରେ ହେଉଛି ଜଳ ନିଷ୍କାସିତ

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ରବିବାର ସକାଳ ୮ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୧.୯୭ ଫୁଟ୍ ରହିଛି। ହୀରାକୁଦକୁ ପ୍ରତି ସେକେଣ୍ଡରେ ୪, ୨୫, ୩୮୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩,୧୭,୬୭୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ଵରେ ୧୩ଟି ଏବଂ ଡାହାଣ ପାର୍ଶ୍ଵରେ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।

ହୀରାକୁଦର ଗେଟ୍ ଖୋଲିବା ତଳମୁଣ୍ଡରେ ଚିନ୍ତା କିଛିଟା ବଢି ଯାଇଛି। ପ୍ରବଳ ବର୍ଷା କାରଣରୁ ଛତିଶଗଡ଼ ବିଭିନ୍ନ ଜଳଭଣ୍ଡାରରୁ ପାଣି ଛାଡ଼ିଛି । କେଲୋ ଡ୍ୟାମର ୮ଟି ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ଛାଡୁଛି ଛତିଶଗଡ଼। ହୀରାକୁଦଳରେ ଜଳସ୍ତର ବଢୁଥିବାରୁ ଗତକାଲି ଆଉ ୮ଟି ଗେଟ୍ ଖୋଲା ଯାଇଥିଲା। ଗତକାଲି ସକାଳେ ୫ଟି ଏବଂ ଅପରାହ୍ଣରେ ଖୋଲିଥିଲା ଆଉ ୩ଟି ଗେଟ୍ । ବର୍ତ୍ତମାନ ମୋଟ୍ ୨୦ ଗେଟ୍ ଦେଇ ହୀରକୁଦରୁ ଜଳ ନିଷ୍କାସନ ହେଉଛି। ହୀରାକୁଦରେ ଜଳସ୍ତର ୬୨୧.୯୭ ଫୁଟ ଉପରେ ରହିଛି ।ଏହା ଆଗକୁ ଆହୁରି ବଢିପାରେ । ଫଳରେ ଉପରେ ମୁଣ୍ଡ ପାଣିକୁ ନେଇ ଚିନ୍ତା କିଛିଟା ବଢିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ