Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଦ୍ୟାଳୟ ମଝିରେ ତାରବାଡ଼

ବିଦ୍ୟାଳୟ ମଝିରେ ତାରବାଡ଼ । ଘଟଣାକୁ ନେଇ ରାସ୍ତା ପିଲାଏ କରିଥିଲେ ରାସ୍ତା ରୋକ . ବିନିକେଇ ନେଡାଲ ବିଦ୍ୟାଳୟ 19 ଡିସିମିଲ ଜାଗା ଗ୍ରାମର ପ୍ରାଣବନ୍ଧୁ କ୍ଷେତିଙ୍କର ବହାରିବାରୁ ସେ ଏନେଇ ପ୍ରଶାସନକୁ ଅବଗତ କରିଥିଲେ ।ମାତ୍ର କେହି ନଶୁଣିବାରୁ ସେ ବିଦ୍ୟାଳୟରେ ତାଙ୍କର ଯେଉଁ ଠାରେ ତାଙ୍କ ଜାଗା ଅଛି RI କହିଥିଲେ ସେହିଠାରେ ତାର ବାଡ଼ ଲଗାଇ ଦେଇଥିଲେ ଯାହା ଫଳରେ ବିଦ୍ୟାଳୟର ପିଲାଙ୍କ ମଧ୍ୟନ୍ନ ଭୋଜନ ଖାଇବାରେ ଅସୁବିଧା ସୃଷ୍ଟି ହେଲା ।ପିଲାଏ ମୁଖ୍ୟ ରାସ୍ତା ଦେଇ ଯିବା ଆସିବା କରିବା ବିପଦ ପୁର୍ଣ ହେଲା ।ମୁଖ୍ୟ ରାସ୍ତାରେ ଯାତାୟତ କଲେ ଦୁର୍ଘଟଣାର ଆଶଙ୍କା ରହିଲା । ଏହି ଘଟଣାକୁ ନେଇ ଆଜି ବିନିକେଇ ନେଡାଲ ବିଦ୍ୟାଳୟ ସମୁଖରେ ପିଲାଏ ଓ ଅଭିଭାବକ ରାସ୍ତା ରୋକ କରିଥିଲେ । ଯାହା ଫଳରେ ଆଠମଲ୍ଲିକ ବିନିକେଇ ପୂର୍ତ୍ତ ରାସ୍ତା ଦେଢ଼ ଘଣ୍ଟା କାଳ ବନ୍ଦ ରହିଥିଲା ।ପରେ ସ୍ଥାନୀୟ ତହସିଲଦାର ,BEO , RI ଆସି ଜମି ଜବରଦଖଲ କରି ବଡ଼ ପକାଇଥିବା ଲୋକୁ ବୁଝା ସୁଝା କରିବା ପରେ ରାସ୍ତା ରୋକ ହଟିଥିଲା । ତାର ବଡ଼ ଦେଇଥିବା ପ୍ରାଣବନ୍ଧୁ କ୍ଷେତି କହିବା ମୁତାବକ ତାଙ୍କ ବାପା ବିଦ୍ୟାଳୟକୁ ଜମି ଦାନ କରିଥିଲେ । ଦାନ ଜମି ବ୍ୟତୀତ ଆହୁରି ୧୯ ଡିସିମିଲ ଜମି ଏବେ ସ୍କୁଲର ଅଧୀନରେ ଅଛି ।
ତାଙ୍କର ଜମି ପ୍ରତିବଦଳରେ ତାଙ୍କ ପୁଅକୁ ବିଦ୍ୟାଳୟ ରେ ଚାକିରୀ ଦିଆଯାଉ । ଅପର ପକ୍ଷରେ ଆଠମଲ୍ଲିକ ଶିକ୍ଷା ଅଧିକାରୀ କହିଛନ୍ତି ତାଙ୍କ ଜମି ବଦଳ ରେ ଅନ୍ୟ ସ୍ଥାନରେ ଜମି କିମ୍ବା କ୍ଷତିପୂରଣ ଦିଆଯାଇପାରିବ । କିନ୍ତୁ ଚାକିରୀ ଦିଆଯାଇପାରିବ ନାହିଁ । ଏବେ ବିଦ୍ୟାଳୟ ମଝିରେ ତାର ବାଡ଼ ଦେଇଥିବା ପ୍ରାଣବନ୍ଧୁ ତାଙ୍କ ପୁଅକୁ ଚାକିରୀ ନଦିଆ ଯିବା ତାଙ୍କର ତାର ବାଡ଼ ହଟାଇବେ ନାହିଁ ଜିଦିରେ ଅଡ଼ି ବସିଛନ୍ତି ।