Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସହାୟଙ୍କୁ ସହାୟତାର ହାତ ବଢାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ସମ୍ବଲପୁର:ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଳକର ଲୁରୁପାଲିରେ ଲଗାଣ ବର୍ଷାରେ ଜଣେ ଅସହାୟ ବୃଦ୍ଧାଙ୍କ ଘର ସପୂଣ୍ନ ଭାଙ୍ଗି ଯାଇ ଦୁଃଖ ଦୁର୍ଦ୍ଦଶାରେ ଜିବନ କଟାଉଥିବା ଏକ ବୃଦ୍ଧା କୁ ଆଜି ଅନୁଷ୍ଠାନ ପକ୍ଷରୁ ଗୋଟିଏ ମାସର ରାସନ ସାମଗ୍ରୀ ଯଥା, ଚାଉଳ , ଡାଲି, ଲୁଣ ପନିପରିବା ଇତ୍ୟାଦି ପ୍ରଦାନ କରାଯାଇଛି ।ଏଥିରେ ଟ୍ରଷ୍ଟର ସମ୍ବଲପୁରର ମୂଖ୍ୟ ଶ୍ରୀ ବିରେନ୍ଦ୍ର ପ୍ରତାପ ସାହୁ, ସମାଜସେବୀ ସନ୍ତୋଷ କୁମାର ଦାଶ, ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ଶ୍ରୀ ମୁକୁନ୍ଦ ଦାଶ ତାଙ୍କ ବାସଭବନରେ ରେ ପହଞ୍ଚିଛି ଏହି ସାମଗ୍ରୀ ପ୍ରଦାନ କରିବା ସହ ଆଗାମୀ ୬ ମାସ ପର୍ଯ୍ୟନ୍ତ ସହଯୋଗ କରିବା ପାଇଁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ଏହା ସହିତ ଦରି ପାଲ ମଧ୍ୟ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ସୁଚନା ପ୍ରଦାନ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ