Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମୋ ମାଟି, ମୋ ଦେଶ ପାଳନ

ଜମନକିରା : ସମ୍ବଲପୁର ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କୁଚିଣ୍ଡା ଆଦିବାସୀ ଭବନ ଓ କୁସୁମି ଜମନକିରା ଉଚ୍ଚ ବିଦ୍ୟାଳୟ ଠାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ବେଳେ କୁ.ଜମନକିରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବେଦବ୍ୟାସ ପଟେଲ ସଭାପତିତ୍ବ କରିଥିଲେ।ଉଭୟ କାର୍ଯ୍ୟକ୍ରମରେ କୁଚିଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ କରୁଣାକର କିଶାନ ଯୋଗଦେଇ ଦେଶର ଉନ୍ନତି ପାଇଁ ନିଜ ଗାଁକୁ ଭଲ ପାଇବା କଥା ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ବିଧାୟକ ବୃନ୍ଦାବନ ମାଝି, ଶିକ୍ଷକ ପ୍ରମୋଦ ନାୟକ, ନୃପମଣୀ ମାଝୀ, ପ୍ରତାପ ନାୟକ, ସୁଶାନ୍ତ ପ୍ରଧାନ, ଷୌଭାଗ୍ୟ ନାଏକ, ରଶ୍ମିକାନ୍ତ ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଯୁବ କେନ୍ଦ୍ର କୁଚିଣ୍ଡା ପ୍ରତିନିଧି ସୁଶ୍ରୀ ମୋନିକା ବେକ ସ୍ୱାଗତ ଭାଷଣ ଓ ଶେଷରେ ଅନ୍ୟତମ ପ୍ରତିନିଧି ରଜେଶ୍ୱରି କିଶାନ ଧନ୍ୟବାଦ ଅର୍ପଣ କରିଥିଲେ।