Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମାରେ ୩୫୨ ଜଣଙ୍କୁ ଜଙ୍ଗଲ ଜମି ଓ ଘରଡିହ ପଟ୍ଟା ବଣ୍ଟନ

ମାଲକାନଗିରି ଜିଲ୍ଲାର ଖଇର ପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଜଙ୍ଗଲ ଜମି ଓ ଘର ଡିହ ପଟ୍ଟା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ, ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ କାଉନସିଲ ର ଉପଦେଷ୍ଟା ଶ୍ରୀ ପ୍ରଦୀପ କୁମାର ମାଝୀ ଯୋଗ ଦେଇଥିଲା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ବାକା, ବରିଷ୍ଠ ପର୍ଯ୍ୟବେକ୍ଷକ ସାମୁଏଲ୍ ନାୟକ,ମାଲକାନଗିରି ଜିଲ୍ଲା ଏସଡିସି ଅଧ୍ୟକ୍ଷ ଆଡମା ରାବା, ବ୍ଲକ୍ ଅଧ୍ୟକ୍ଷ ବିଘ୍ନ କିର୍ସାନୀ,ଖଇରପୁଟ ଜିଲ୍ଲା ପରିଷଦ ସଦସ୍ୟ ବାଳି ମାଝୀ,ସାଂସଦ ପ୍ରତିନିଧି କାଳିଆ ମାଝି,ମାଥିଲି ଜିଲ୍ଲାପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ନାୟକ, କୁଡୁମୁଲୁ ଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ,ବିଧାୟ ପ୍ରତିନିଧି ସାଧୁ ହନ୍ତାଳପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ର ଆବାହକ କୁଡୁମୁଲୁଗୁମ୍ମା ତହସିଲଦାର ଅଶୋକ କୁମାର ମୁଦୁଲି ବୈଠକର ସଭାପତିତ୍ବ କରିଥିଲାବେଳେ, ଭଗବାନ ସାହୁ ମଞ୍ଚ ପରିଚାଳନା କରିଥିଲେ । ବୈଠକରେ ମୁଖ୍ୟ ଅତିଥି ଶ୍ରୀ ମାଝୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣିତ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ, ପାହାଡ଼ ପର୍ବତ ରେ ବାସ କରୁଥିବା ସମସ୍ତ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ସେମାନଙ୍କ ବାସସ୍ଥାନ ଓ ଜମିଜମାର ପ୍ରମାଣପତ୍ର କେମିତି ଅତି ସୁବିଧା ରେ ମିଳିପାରିବ ସେ ବିଷୟରେ ଉଲ୍ଲେଖ କରିଥିଲେ । ମାନ୍ୟବର ବିଧାୟକ ଶ୍ରୀ ବାକା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ଅବିନବ ପଦକ୍ଷେପ ଫଳରେ ଲକ୍ଷ ଲକ୍ଷ ଗରୀବ ଆଦିବାସୀ ଭାଇ ଭଉଣୀ ମାନେ ଲାଭ ପାଇପାରିବେ । ମାଲକାନଗିରି ଜିଲ୍ଲା SDC ଅଧ୍ୟକ୍ଷ ଶ୍ରୀ ରାବା କହିଛନ୍ତି ଯେ ପୁର୍ବରୁ ଜଙ୍ଗଲ ଓ ଘାଟି ଅଞ୍ଚଳରେ ବାସ କରୁଥିବା ଆଦିବାସୀ ମାନଙ୍କ ନାମରେ ଜମିଜମା ର କୈାଣସି ସରକାରୀ ପ୍ରମାଣ ପତ୍ର ମିଳିନଥିଲା କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ବଳରେ ଆଜି ଲକ୍ଷ ଲକ୍ଷ ଆଦିବାସୀ ଭାଇ ଭଉଣୀ ମାନେ ଏହି ଯୋଜନାରେ ଉପକୃତ ହେଉଛନ୍ତି । ଶେଷରେ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ ସହ ଆଜିର ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ରେ ସମୁଦାୟ ୩୫୨ ଜଣ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ