Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପୋଲିସର ରକ୍ତ ଦାନ ଶିବିର

ସମ୍ବଲପୁର: ରକ୍ତ ଭଣ୍ଡାରରେ ରକ୍ତର ଅଭାବ କୁ ଦୂର କରିବା ପାଇଁ ଗତକାଲି ଅଇଁଠାପାଲି ଥାନା ଦ୍ୱାରା ହୋଟେଲ ରୟାଲ ରିଟ୍ରିଟ ରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ କୁମାର ଭାମୁ ଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ଉଦଘାଟନ କରିଥିବା ବେଳେ ଏସଡିପିଓ ପ୍ରଦୀପ ସାହୁ ଥାନା ଅଧିକାରୀ ସନୟ କୁମାର ନାୟକ ଉପସ୍ଥିତ ଥିଲେ l ଏହି ଶିବିରରେ ସର୍ବମୋଟ ୨୭୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ରକ୍ତଦାତା ମାନଙ୍କୁ ଅରକ୍ଷୀ ଅଧିକ୍ଷକ ମାନପତ୍ର ଦେଇ ଉତ୍ସlହିତ କରିଥିବା ବେଳେ ଆଇ ଆଇ ସି ସମସ୍ତ ରକ୍ତଦାତା ଏବଂ ସହଯୋଗୀ ମlନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ମା ମହମାୟା ଚାରିଟେବଲ ଟ୍ରଷ୍ଟ, ଘରୋଇ ବସ ମାଲିକ ସଂଘ, ଅଟୋ ରିକ୍ସା ଚାଳକ ସଂଘ, ଘରୋଇ ଟ୍ରକ ମାଲିକ ସଂଘ, ମହିଳା କଲେଜ, ସମ୍ବଲପୁର ୟୁନିଭେର୍ସିଟି, ହୀରାକୁଦ କଲେଜ ଏବଂ ସ୍ତlନୀୟ ଲୋକମାନେ ଏହି ଶିବିରକୁ ସହଯୋଗ କରିଛନ୍ତି lରକ୍ତ ଅଭାବ ରେ କାହାରି ଜୀବନ ନ ଯାଉ ଏବଂ କୌଣସି ଦଲାଲ ଦ୍ଵାରା କେହି ହଇରାଣ ନ ହୁଅନ୍ତୁ ଏହା ହିଁ ସମ୍ବଲପୁର ପୋଲିସ ର ଉଦ୍ଦେଶ୍ଯ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ